
ମାଲକାନଗିରି , ୫ ନଭେମ୍ବର (ହି.ସ.)ପଡ଼ିଆ ବ୍ଲକରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ଶକ୍ତି ଆହୁରି ସୁଦୃଢ଼ ହୋଇଛି। ମାନ୍ୟବର ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କ ଉପସ୍ଥିତିରେ ଆଜି ବିଜେଡି ଓ କଂଗ୍ରେସ ଦଳର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।
ଏହି ମିଶ୍ରଣ ପର୍ବରେ ବିଜେଡି ନେତା ମାଧବ ଚନ୍ଦ୍ର ସରକାରଙ୍କ ସମେତ ସୁକ୍ରା ମାଡ଼କାମୀ, ରାଗା ମାଡ଼କାମୀ, ବିନୟ ରାୟ, ନିର୍ମଳ ଦାସ, ତାରାପଦ ରାୟ ଏବଂ ଅନ୍ୟାନ୍ୟ ବହୁ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।
ଏହି ଅବସରରେ ପଡ଼ିଆ ମଣ୍ଡଳ ପ୍ରଭାରୀ ନାରାୟଣ ସରକାର, ବିଜେପି ଜିଲ୍ଲା ସମ୍ପାଦକ ନିହାର ରାୟ, ମଣ୍ଡଳ ମହିଳା ସଭାପତି ଶ୍ରୀମତୀ ରେଶମା ମହାପାତ୍ର, ପ୍ରଦୀପ ସରକାର, ଦୁଲା ମାଡ଼କାମୀ, ଜଗା କାମରାମୀ ଓ ଶ୍ରୀମତୀ ନର୍ମଦା କାମରାମୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ ନୂତନ ଭାବେ ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଦଳର ନୀତି, ଆଦର୍ଶ ଓ ଜନସେବାର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଆହ୍ୱାନ ଜଣାଇଥିଲେ। ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀଙ୍କ ଏହି ଯୋଗଦାନ ପଡ଼ିଆ ବ୍ଲକ୍ରେ ବିଜେପିର ସାଂଗଠନିକ ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ