
କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋପାଳ ଚରଣ ମହାଳିକଙ୍କ ଦ୍ୱାଦଶାହ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିସଭା ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ପୌରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ସ୍ମୃତିସଭାରେ ବିଶିଷ୍ଟ ବାମପନ୍ଥୀ ନେତା ଉମେଶ ସିଂହ, ପ୍ରହଲ୍ଲାଦ ସ୍ୱାଇଁ, କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ସଭାପତି ଶରତ କୁମାର ବେହୁରା, କାଉନସିଲର ରମେଶ ଚନ୍ଦ୍ର ଦାସ, ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଶୁଭ୍ରାଂଶୁ ଶେଖର ସାମଲ, ମୁକ୍ତାର ଖାଁ, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଓଡ଼ିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ, ରାଜେନ୍ଦ୍ର କୁମାର ରାଉତରାୟ, କାଉନସିଲର ହିରଣ୍ୟ ପଣ୍ଡା, ସୁଶୀଲ କୁମାର ସାମଲ, ଶିକ୍ଷକ ନେତା ହେମନ୍ତ କୁମାର ଜେନା, ନୃସିଂହ ଚରଣ ପାତ୍ର, କଂଗ୍ରେସ ନେତା ହଳଧର ସେଠୀ, ବିଦୁ ପ୍ରସାଦ ମହାପାତ୍ର, ବିଜୁ ଜନତା ଦଳର ନେତା ରବି ସାମଲ, ରଞ୍ଜିତ କୁମାର ସାହୁ, ଭାଗିରଥୀ ଜେନା, ପୀତବାସ ବେହେରା, ସଂଗ୍ରାମ ଜେନା, ରାଜେଶ ମହାନ୍ତି ଗୁଣନିଧି ଜଗତି, ବ୍ରହ୍ମାନନ୍ଦ ତ୍ରିପାଠୀ, ଚିତ ରଞ୍ଜନ ବଳ, ରଞ୍ଜନ ନାୟକ, ସୁକାନ୍ତ ରାଉତ, ସୁଧାଂଶୁ ବେହୁରା ଶ୍ରୀଦୁର୍ଗା ପତି, ପରେଶ ଚନ୍ଦ୍ର ଦାସ, ମନୋଜ କୁମାର ସ୍ୱାଇଁ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାଳିକଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଙ୍କର ଦୁଇ ପୁଅ, ବୋହୂ, ଝିଅ ଜ୍ୱାଇଁ, ପୁତୁରା, ଝିଆରୀମାନେ ଉପସ୍ଥିତ ଥିଲେ। ଶେଷରେ ଝିଆରୀ ରୂପାଲି ମହାଳିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବକ୍ତାମାନେ ସ୍ୱର୍ଗତ ମହାଳିକଙ୍କ ଦୀର୍ଘଦିନର ସାମାଜିକ ଅବଦାନ, ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା, ସରଳ ଜୀବନଶୈଳୀ ଓ ମାନବିକ ମୂଲ୍ୟବୋଧର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଅମ୍ଳାନ ସ୍ମୃତି ସର୍ବଦା ସମସ୍ତଙ୍କ ହୃଦୟରେ ଜୀବନ୍ତ ରହିବ ବୋଲି ମତବ୍ୟକ୍ତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି