ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନାଁରେ କୋଟି କୋଟି ଟଙ୍କାର ଚାକିରି ଠକେଇ
ଡେରାବିଶର ଖଗେଶ୍ୱର ସେଠୀ ଫେରାର୍, ବାଲେଶ୍ୱରର ମହିଳା ସହଯୋଗୀଙ୍କ ସମ୍ପୃକ୍ତି ଅଭିଯୋଗ କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ ସ୍ଥାୟୀ ସରକାରୀ ଚାକିରି କରାଇଦେବା ବାହାନାରେ ଓଡ଼ିଶାରେ ଏକ ବଡ଼ ଧରଣର ନିଯୁକ୍ତି ଠକେଇ ସାମ୍ନାକୁ ଆସିଛି। ରାଜ୍ୟର
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନାଁରେ କୋଟି କୋଟି ଟଙ୍କାର ଚାକିରି ଠକେଇ


ଡେରାବିଶର ଖଗେଶ୍ୱର ସେଠୀ ଫେରାର୍, ବାଲେଶ୍ୱରର ମହିଳା ସହଯୋଗୀଙ୍କ ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ ସ୍ଥାୟୀ ସରକାରୀ ଚାକିରି କରାଇଦେବା ବାହାନାରେ ଓଡ଼ିଶାରେ ଏକ ବଡ଼ ଧରଣର ନିଯୁକ୍ତି ଠକେଇ ସାମ୍ନାକୁ ଆସିଛି। ରାଜ୍ୟର ଶହ ଶହ ବେକାର ଯୁବକ-ଯୁବତୀଙ୍କୁ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁଶିଆପାଳ ପଂଚାୟତର ଖଗେଶ୍ୱର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଜାଲିଆତିରେ ବାଲେଶ୍ୱର ଜିଲ୍ଲାର ମୌସୁମୀ ସାହୁ ନାମକ ଜଣେ ମହିଳା ତାଙ୍କର ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ମିଳିଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଖଗେଶ୍ୱର ସେଠୀ ନିଜକୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଓଡ଼ିଶା ଦାୟିତ୍ୱରେ ଥିବା ଚିଫ୍ ସେକ୍ରେଟାରୀ' ଏବଂ ତାଙ୍କ ସହଯୋଗୀ ମୌସୁମୀ ସାହୁ ନିଜକୁ ଅଣ୍ଡର ସେକ୍ରେଟାରୀ' ଭାବେ ପରିଚୟ ଦେଉଥିଲେ। କୌଣସି ପରୀକ୍ଷା ବିନା ସିଧାସଳଖ ପୋଷ୍ଟିଂ କରାଇଦେବାର ପ୍ରତିଶ୍ରୁତି ଦେଇ ସେମାନେ ଆଶାୟୀ ପ୍ରାର୍ଥୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଭାରତ ସରକାରଙ୍କ ନାମରେ ଜାଲ୍ ମୋହର ଓ ଚିଠି ତିଆରି କରି ଡାକ ଯୋଗେ ପ୍ରାର୍ଥୀମାନଙ୍କ ଘରକୁ ଜାଲ୍ ନିଯୁକ୍ତି ପତ୍ର ପଠାଉଥିଲେ।ଏହିପରି ଭାବେ କାହାକୁ ଦୁଇ ବର୍ଷ, କାହାକୁ ୧୩ ମାସ ତ କାହାକୁ ୮ ମାସ ଧରି ଜାଲ୍ ଅର୍ଡର ଧରାଇ ଭୂଆଁ ବୁଲାଉଥିଲେ। ଏହି ଠକେଇ କାରବାର କେନ୍ଦ୍ରାପଡ଼ାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପିଥିଲା। ଠକେଇ ଅର୍ଥରେ ଅଭିଯୁକ୍ତମାନେ ଭୁବନେଶ୍ୱରରେ ଏକ ଆଲିସାନ ବଙ୍ଗଳା ସହ ବାଲେଶ୍ୱରରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ କାର୍ୟ୍ୟରେ ଯୋଗ ଦେଇ ନ ପାରିବାରୁ ପ୍ରତାରିତ ଯୁବକ-ଯୁବତୀମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାର୍ଥୀମାନେ ନିଜ ଟଙ୍କା ଫେରସ୍ତ ମାଗିବାରୁ ଅଭିଯୁକ୍ତ ଶ୍ରୀ ସେଠୀ କିଛି ଦିନ ମଧ୍ୟରେ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇ ଏବେ ଫେରାର୍ ହୋଇଯାଇଛନ୍ତି। ଫଳରେ ସ୍ଥାନୀୟ ବେକାର ଯୁବକ-ଯୁବତୀମାନେ ଆର୍ôଥକ ଓ ମାନସିକ ସ୍ତରରେ ଚରମ ନିରାଶା ଭିତରକୁ ଠେଲି ହୋଇଯାଇଛନ୍ତି।ଅଭିଯୁକ୍ତଙ୍କ ଏହି ବଡ଼ ଧରଣର କାରନାମାର ସମସ୍ତ ଦସ୍ତାବିଜ୍ ଓ ପ୍ରମାଣ ସଂଗ୍ରହ କରି ପୀଡ଼ିତମାନେ ଏକାଠି ହୋଇଛନ୍ତି। ଘଟଣା ସମ୍ପର୍କରେ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ, ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଲିଖିତ ଅଭିଯୋଗ କରିବା ପାଇଁ ସେମାନେ ପ୍ରସ୍ତୁତି ଶେଷ କରିଛନ୍ତି। ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଉଥିବା ଏପରି ଠକଙ୍କ ପ୍ରତି ସତର୍କ ରହିବାକୁ ସାଧାରଣରେ ନିବେଦନ କରାଯାଇଛି। ପୁଲିସ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଠକେଇ ଟଙ୍କା ଫେରସ୍ତ କରାଇବାକୁ ଦାବି ଜୋର୍ ଧରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande