
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ଯୁବ ଅଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ଓଡ଼ିଶାର ଉଦୀୟମାନ ଶଟଲର ତନ୍ଭୀ ପତ୍ରୀଙ୍କୁ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଯୁବ ଅଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚିବାରେ ତନ୍ଭୀ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ଓଡ଼ିଶା ସହ ସମଗ୍ର ଦେଶ ପାଇଁ ଗର୍ବର ବିଷୟ।
ଫାଇନାଲ ମ୍ୟାଚ୍ରେ ମଧ୍ୟ ତନ୍ଭୀ ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିବେ ବୋଲି ନବୀନ ଆଶା ପ୍ରକାଶ କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ