ଓଡ଼ିଶା ନିର୍ଦ୍ଦେଶାଳୟରୁ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ମନୋନୀତ ହେଲେ ଏନ୍ସିସି କ୍ୟାଡେଟ୍ ନୀତିଶ କୁମାର ପ୍ରଧାନ
ଜୟପୁର, ୫ ନଭେମ୍ବର (ହି.ସ.)-ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ ନୀତିଶ କୁମାର ପ୍ରଧାନ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ମନୋନୀତ ହୋଇ ବିଶ୍ୱବିଦ୍ୟାଳୟ ତଥା ଜୟପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ତାମିଲନାଡୁର ତିରୁଚେଙ୍ଗୋଡ଼ସ୍ଥିତ କେ.ଏସ୍. ରଙ
ଓଡ଼ିଶା ନିର୍ଦ୍ଦେଶାଳୟରୁ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ମନୋନୀତ ହେଲେ ଏନ୍ସିସି କ୍ୟାଡେଟ୍ ନୀତିଶ କୁମାର ପ୍ରଧାନ


ଜୟପୁର, ୫ ନଭେମ୍ବର (ହି.ସ.)-ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ ନୀତିଶ କୁମାର ପ୍ରଧାନ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରେଷ୍ଠ କ୍ୟାଡେଟ୍ ଭାବେ ମନୋନୀତ ହୋଇ ବିଶ୍ୱବିଦ୍ୟାଳୟ ତଥା ଜୟପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ତାମିଲନାଡୁର ତିରୁଚେଙ୍ଗୋଡ଼ସ୍ଥିତ କେ.ଏସ୍. ରଙ୍ଗାସାମୀ କଲେଜ ଅଫ୍ ଟେକ୍ନୋଲୋଜି ଠାରେ ୫ ତାମିଲନାଡୁ ଏୟାର ସ୍କ୍ୱାଡ୍ରନ୍ ଏନ୍ସିସି ଦ୍ୱାରା ଆୟୋଜିତ ଡିଜିସିଏ (ଭାରତ ସରକାର) ଅନୁମୋଦିତ ରିମୋଟ୍ ପାଇଲଟ୍ ଟ୍ରେନିଂ କୋର୍ସ ସଫଳତାର ସହ ସମାପ୍ତ କରିଛନ୍ତି। ଏହି ପ୍ରଶିକ୍ଷଣରେ ଡ୍ରୋନ୍ ଚାଳନା, ସିମୁଲେସନ୍ ଓ ଉଡ଼ାଣ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ଆହରଣ କରିବା ସହ ସେ ଦକ୍ଷତାର ପରିଚୟ ଦେଇଛନ୍ତି।ଏହି ସଫଳତା ପାଇଁ ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି, ଜୟପୁରର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପିର୍ତ୍ତି ରଞ୍ଜନ ଦାସ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି, କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ପାତ୍ର ଏବଂ ଆସୋସିଏଟ୍ ଏନ୍ସିସି ଅଫିସର କ୍ୟାପ୍ଟେନ୍ ଡ଼. ଲକ୍ଷ୍ମଣ ପାତ୍ର ନୀତିଶଙ୍କ ଏହି ସଫଳତାରେ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସଫଳତା ଅନ୍ୟ ଏନ୍ସିସି କ୍ୟାଡେଟ୍ମାନଙ୍କୁ ନୂତନ ଜ୍ଞାନ, ଦକ୍ଷତା ଓ ଶୃଙ୍ଖଳା ଆହରଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande