

କନ୍ଧମାଳ, ୦୫ ନଭେମ୍ବର (ହି.ସ.) ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ରାଜ୍ୟ ଲେଖା ନିୟନ୍ତ୍ରକଙ୍କ ମିଳିତ ସହଯୋଗରେ ଫୁଲବାଣୀ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ସ୍ଥାନୀୟ ପଂଚାୟତ ଭବନ ପରିସରରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପେନସନ ଅଦାଲତରେ ଫୁଲବାଣୀ ଜିଲ୍ଲାର 360ଟି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପେନସନ ଓ ଭବିଷ୍ୟନିଧି ଅଭିଯୋଗ ଓ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗର ଶୁଣାଣି କରାଯାଇଥିଲା l ଏହି ପେନସନ ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁ ,ପେନସନ ଓ ଭବିଷ୍ୟନିଧି ଉପ ମହାଲେଖାକାର କେ. ନାଗେଶ୍ୱର ରାଓ ,ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ. ଜେ ଦଳାଇ , କୁଶଳ ଚନ୍ଦ୍ର ନାୟକ , ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ଶାସନ ସଚିବ ଅସିତ କୁମାର ପାଣି, ଉପ ଜିଲ୍ଲାପାଳ ଚିରଞ୍ଜିବୀ ସାହୁ , ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର, ବିଶ୍ୱାସ କୁମାର ସିହ୍ନା, ରୋହିତ କୁମାର, ଓମ ପ୍ରକାଶ, ସହକାରୀ ଲେଖା ନିୟନ୍ତ୍ରକ ଅଶ୍ୱନୀ ବାରା ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅଭିଯୋଗ ଶୁଣାଣି କରିଥିଲେ l ନିର୍ଦେଶକ ଶ୍ରୀ ସ୍ୱାଇଁ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଯେପରି ଠିକ ସମୟରେ ପାଇ ପାରିବେ ଓ ସେମାନଙ୍କର ପେନସନ ଆବେଦନ ଅବସର ପୂର୍ବରୁ ଏଜି କାର୍ଯ୍ୟାଳୟରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ବିଭାଗୀୟ ମୁଖ୍ୟ ଓ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ l ପେନସନ ମଞ୍ଜୁରକର୍ତ୍ତାମାନେ ପ୍ରୋଭିଜିନାଲ ପେନସନ ମଞ୍ଜୁରୀ କରିଦେଇ ଫାଇନାଲ ପେନସନ ପାଇଁ ଏଜିକୁ ପଠାଇବାକୁ ବହୁ ବିଳମ୍ବ କରୁଥିବାରୁ ପ୍ରୋଭିଜିନାଲ ପେନସନ ମଂଜୁର ନ କରି ଫାଇନାଲ ପେନସନ ପାଇ ଏଜି କୁ ତାଙ୍କ ଆବେଦନ ପତ୍ର ପଠାଇବା କହିଥିଲେ lଉପ ମହାଲେଖାକାର ରାଓ ଅବସର ନେବାକୁ ଥିବା କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଆବେଦନପତ୍ର କିପରି ସଠିକ ଭାବରେ ମଂଜୁର କରାଯାଇ ଏଜି କାର୍ଯ୍ୟାଳୟକୁ ପଠାଯିବ ସେ ବିଷୟରେ ମାର୍ଗ ଦର୍ଶନ କରିବା ସହ ଅବସରର ୨ ମାସ ପୂର୍ବରୁ ଏଜିକୁ ପଠାଇବାକୁ ଅନୁରୋଧ କରିଥିଲେ l ଏହି ପେନସନ ଅଦାଲତରେ ୬୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କର ଅଭିଯୋଗର ଶୁଣାଣି କରାଯିବା ସହ ଏହାର ସମାଧାନ ସହ ୧୭ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସେମାନଙ୍କର ପେନସନ ଆଦେଶପତ୍ର ସେମାନଙ୍କୁ ପ୍ରଦାନ କରା ଯାଇଥିଲା l ଏହି ପେନସନ ଅଦାଲତରେ ଫୁଲବାଣୀ ଜିଲ୍ଲାର ୮୮ ଜଣ ପେନସନ ମଞ୍ଜୁରୀକର୍ତ୍ତା ଓ ଡିଡିଓ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ l ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ଚିରଞ୍ଜିବୀ ସାହୁ, ଏଜି କାର୍ଯ୍ୟାଳୟର ଅଧିକାରୀ ଯାମୀ ସଞ୍ଜୟ କୁମାର, ପୁରୁଷୋତ୍ତମ ବଳ, ସାଧାରଣ ପ୍ରଶାସନର ଅବିନାଶ ସାମଲ,ଜିଲ୍ଲା ପ୍ରଶାସନର ଅଙ୍କିତ ଜେନା, ସମରଜିତ ତ୍ରିପାଠୀ, ମନ୍ଦାକିନୀ ପ୍ରଧାନ, ହରିହର ପ୍ରଧାନ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ