ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ
ବଲାଙ୍ଗୀର, ୦୫ ନଭେମ୍ବର(ହି.ସ.) – ବଲାଙ୍ଗୀର ସହରରେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁ
ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ


ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ


ବଲାଙ୍ଗୀର, ୦୫ ନଭେମ୍ବର(ହି.ସ.) – ବଲାଙ୍ଗୀର ସହରରେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଟାଉନ୍ ଥାନା ଅନ୍ତର୍ଗତ ସ୍ପିନିଂ ମିଲ୍ ପଡ଼ାର ବିଶ୍ୱଜିତ ନନ୍ଦ ଓରଫ ରାଜା। ତାଙ୍କ ବୟସ ୨୭ ବର୍ଷ। ସୂଚନା ଅନୁସାରେ, ଗତ ନଭେମ୍ବର ୧ ତାରିଖ ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଗାନ୍ଧୀନଗର ପଡ଼ାର ଟିଭିଏସ୍ ଶୋ’ରୁମ୍ ନିକଟରେ ଜଣେ ମହିଳାଙ୍କୁ ଟାର୍ଗେଟ କରିଥିଲା ଲୁଟେରା। ମହିଳାଙ୍କ ବେକରୁ ପ୍ରାୟ ୬ ଗ୍ରାମ୍ ଓଜନର ସୁନା ମଙ୍ଗଳସୂତ୍ର ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଲୁଟ୍ ହୋଇଥିବା ମଙ୍ଗଳସୂତ୍ରର ମୂଲ୍ୟ ୮୦ରୁ ୯୦ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ତଦନ୍ତକୁ ଜୋରଦାର କରିଥିଲା ଟାଉନ୍ ଥାନା ପୋଲିସ। ବିଭିନ୍ନ ସ୍ଥାନର ସିସିଟିଭି ଏବଂ ଏଏନ୍ପିଆର୍ କ୍ୟାମେରା ଫୁଟେଜ୍ ଯାଂଚ କରି ଲୁଟ୍ରେ ବ୍ୟବହୃତ ଲାଲ୍ ରଙ୍ଗର ୟାମାହା ଏଫ୍ଜେଡ୍ ବାଇକ୍କୁ ଚିହ୍ନଟ କରିଥିଲା। ପରେ ମାନବୀୟ ସୂଚନା ଓ ସାଇବର ସେଲ୍ର ବୈଷୟିକ ସହାୟତାରେ ନଭେମ୍ବର ୩ ତାରିଖ ରାତିରେ ନନ୍ଦିନୀ ନଗର ଛକରୁ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ। ତା’ ନିକଟରୁ ଲୁଟ୍ ହୋଇଥିବା ମଙ୍ଗଳସୂତ୍ର, ଘଟଣାରେ ବ୍ୟବହୃତ ବାଇକ୍ ଏବଂ ନଗଦ ୬୦୦ ଟଙ୍କା ଜବତ ହୋଇଛି। ଏହାସହ ଅଭିଯୁକ୍ତଙ୍କ ନାମରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ମାମଲା ଥିବା ପୋଲିସ ରେକର୍ଡରୁ ଜଣାପଡ଼ିଛି। ଏହି ଘଟଣାରେ ମାମଲା ରୁଜୁ କରି ଟାଉନ୍ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande