ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ଜଣାଇଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ‘ଦେଶବନ୍ଧୁ’ ଭାବେ ପରିଚିତ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ଦେଶର ସ୍ୱାଧୀ
ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ‘ଦେଶବନ୍ଧୁ’ ଭାବେ ପରିଚିତ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ଦେଶର ସ୍ୱାଧୀନତା ପାଇଁ ଚିତ୍ତରଞ୍ଜନ ଦାସଙ୍କ ଅଦମ୍ୟ ସାହସ, ତ୍ୟାଗ, ନିଷ୍ଠା ଓ ଜନସେବା ପ୍ରତି ସମର୍ପଣ ଭାରତୀୟ ଇତିହାସରେ ସର୍ବଦା ସ୍ମରଣୀୟ ହୋଇ ରହିବ। ସ୍ୱାଧୀନତା ଆନ୍ଦୋଳନକୁ ତାଙ୍କର ଅମୂଲ୍ୟ ଅବଦାନ ଏବଂ ରାଷ୍ଟ୍ର ପ୍ରତି ଅତୁଳନୀୟ ସମର୍ପଣ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ସେ ଉଲ୍ଲେଖ କରିଛନ୍ତି।

ମନ୍ତ୍ରୀ ଏହି ଅବସରରେ ଦେଶବନ୍ଧୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧା ନିବେଦନ କରିବା ସହ ତାଙ୍କ ଆଦର୍ଶ ଓ ଦେଶପ୍ରେମକୁ ସ୍ମରଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande