ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍ଘାଟିତ
ସୁବର୍ଣପୁର, 05 ନଭେମ୍ବର (ହି.ସ.) -ମସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଆଜି ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ୬ଟି ବ୍ଲକ୍ରୁ ବିଭିନ୍ନ ସଂଗଠନ ମାଧ୍ୟମରେ ମନୋନୀତ ଶତାଧିକ ଛାତ୍ରଛାତ୍ରୀ ଏହି ଯୁବ ମହୋତ୍ସବରେ ଅଂଶଗ୍ରହଣ କର
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍ଘାଟିତ


ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍ଘାଟିତ


ସୁବର୍ଣପୁର, 05 ନଭେମ୍ବର (ହି.ସ.) -ମସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଆଜି ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ୬ଟି ବ୍ଲକ୍ରୁ ବିଭିନ୍ନ ସଂଗଠନ ମାଧ୍ୟମରେ ମନୋନୀତ ଶତାଧିକ ଛାତ୍ରଛାତ୍ରୀ ଏହି ଯୁବ ମହୋତ୍ସବରେ ଅଂଶଗ୍ରହଣ କରୁଛନ୍ତି।ପ୍ରଥମ ଦିନରେ ଜିଲ୍ଲା ସଂସ୍କୃତି ଭବନଠାରେ ନୁକ୍କଡ଼ ନାଟକ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସୋନପୁର କଲେଜଠାରେ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସକାଳ ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଙ୍କ ଆୟୋଜିତ ହୋଇଥିଲା ।

ଅପରାହ୍ନ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମିଷ୍ଟର ସୋନପୁର ଶ୍ରୀ ବିଜୟ ମହାରଣା, ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।ନୁକ୍କଡ଼ ନାଟକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧୦,୦୦୦ ଟଙ୍କା, ୭,୫୦୦ ଟଙ୍କା ଓ ୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ଯଥାକ୍ରମେ ୩,୦୦୦ ଟଙ୍କା, ୨,୦୦୦ ଟଙ୍କା ଓ ୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଆସନ୍ତାକାଲି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକଗୀତ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande