


ସୁବର୍ଣପୁର 5 ନଭେମ୍ବର (ହି.ସ.) - ୨୦୨୬-୨୭ ବର୍ଷ ପାଇଁ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ରମ୍ଭ ହୋଇଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ଶାଖା ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାପାଳ ଯୁବପିଢ଼ିଙ୍କୁ ତମାଖୁ ଓ ନିଶା ଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରାଇବା ସହ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଯୁବ ସଂଗଠନ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା।ଶେଷରେ ସମସ୍ତ ଅତିଥି ଓ କର୍ମଚାରୀ ତମାଖୁ ଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶପଥ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ