
ନୂଆଦିଲ୍ଲୀ, ୦୫ ନଭେମ୍ବର (ହି.ସ.)- ପର୍ବପର୍ବାଣୀ ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ପାଇଁ ଅଲିଗଡ଼ ଏବଂ ରାଜଘାଟ ନରୋରା ମଧ୍ୟରେ ଅନାରକ୍ଷିତ ପର୍ବ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନଭେମ୍ବର ୯ ଏବଂ ୨୪ ତାରିଖରେ ଉଭୟ ଦିଗରେ ଚଳାଚଳ କରିବ।
ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଗୁରୁବାର କହିଛନ୍ତି ଯେ, ଟ୍ରେନ୍ ନମ୍ବର ୦୪୧୮୭ ଅଲିଗଡ଼-ରାଜଘାଟ ନରୋରା ଅନାରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ନିର୍ଦ୍ଧାରିତ ତାରିଖରେ ଅଲିଗଡ଼ ଜଙ୍କସନ୍ରୁ ସକାଳ ୫ଟା ୪୦ ମିନିଟ୍ରେ ଛାଡ଼ି ସକାଳ ୭ଟା ୧୫ ମିନିଟ୍ରେ ରାଜଘାଟ ନରୋରାରେ ପହଂଚିବ।
ସେହିପରି ଟ୍ରେନ୍ ନମ୍ବର ୦୪୧୮୮ ରାଜଘାଟ ନରୋରା-ଅଲିଗଡ଼ ଅନାରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ରାଜଘାଟ ନରୋରାରୁ ସକାଳ ୮ଟା ୧୫ ମିନିଟ୍ରେ ଛାଡ଼ି ସକାଳ ୯ଟା ୫୫ ମିନିଟ୍ରେ ଅଲିଗଡ଼ ଜଙ୍କସନ୍ରେ ପହଂଚିବ।
ଉଭୟ ଟ୍ରେନ୍ ମଞ୍ଜୁରଗଡ଼ି, ହରଦୁଆଗଞ୍ଜ, ସୁନାମାଇ ହଲ୍ଟ, ଗୋଧା ହଲ୍ଟ, ଅତରୌଲି ରୋଡ୍, ଧର୍ମପୁର ହଲ୍ଟ ଏବଂ ଡିବାଇ ଷ୍ଟେସନ୍ରେ ରହଣି କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକରେ ସାଧାରଣ ଶ୍ରେଣୀର ବଗି ରହିବ।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ର ବିସ୍ତୃତ ସୂଚନା ଏବଂ ଅପଡେଟ୍ ସମୟ ସାରଣୀ ଜାଣିବା ପାଇଁ ଜାତୀୟ ଟ୍ରେନ୍ ପଚରାଉଚରା ପ୍ରଣାଳୀର ୱେବସାଇଟ୍ ଦେଖିବାକୁ କିମ୍ବା ୧୩୯ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ