

ସମ୍ବଲପୁର, ୦୫, ନଭେମ୍ବର (ହି.ସ.) ସତର୍କତା ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ସତର୍କତା ବିଭାଗ ପକ୍ଷରୁ ଏକ ଶୃଙ୍ଖଳିତ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ପଦଯାତ୍ରାକୁ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଜୟଗୋପାଳ ବେହେରା ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଆଶ୍ୱାସନ ମୁଖ୍ୟ ପବନ କୋଲ୍ଲୁ, ଆଞ୍ଚଳିକ ସତର୍କତା ଅଧିକାରୀ ସମୀର ରଞ୍ଜନ ଅଧିକାରୀଙ୍କ ସମେତ ବିଭିନ୍ନ ଭର୍ଟିକାଲ୍ ମୁଖ୍ୟ, ଆଞ୍ଚଳିକ କାର୍ଯ୍ୟାଳୟ, ଏମ୍ଏଲ୍ପି, ଆର୍ଏଲ୍ପି ଓ ଶାଖା ମୁଖ୍ୟମାନେ ଯୋଗ ଦେଇଥିଲେ। ସ୍ଥାନୀୟ ଶାଖା ଗୁଡ଼ିକର କର୍ମଚାରୀମାନେ ମଧ୍ୟ ସତର୍କତା ସମ୍ପର୍କିତ ବ୍ୟାନର ଓ ପ୍ଲାକାର୍ଡ ପ୍ରଦର୍ଶନ କରି ଆୟୋଜିତ ପଦଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରା ମାଧ୍ୟମରେ ଦୁର୍ନୀତି ପ୍ରତିରୋଧ, ନୈତିକ ମୂଲ୍ୟବୋଧର ପ୍ରଚାର ଏବଂ ସାମୂହିକ ଦାୟିତ୍ୱ ବୋଧ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିସହ ବ୍ୟାଙ୍କରେ ସତର୍କତା ସଂସ୍କୃତିକୁ ସୁଦୃଢ଼ କରିବା ସହ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ