ବିଶ୍ବ ପରିବେଶ ବିଜ୍ଞାନ ଦିବସରେ ବେଦାନ୍ତ ପକ୍ଷରୁ ଚାରାରୋପଣ
Vedanta Organises Tree Plantation Drive on World Environment Science Day
ବିଶ୍ବ ପରିବେଶ ବିଜ୍ଞାନ ଦିବସରେ ବେଦାନ୍ତ ପକ୍ଷରୁ ଚାରାରୋପଣ


ଝାରସୁଗୁଡା, ୫ ନଭେମ୍ବର (ହି.ସ.)-

ବିଶ୍ବ ପରିବେଶ ବିଜ୍ଞାନ (ଇକୋଲଜି) ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କାରଖାନା ପରିସର ଓ ଏହାର ବିଭିନ୍ନ ସ୍ଥାନରେ ପ୍ରାୟ ୨ ହଜାର ଚାରାରୋପଣ କରାଯାଇଛି। ଏଥିସହ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣ ସମ୍ପର୍କିତ ସଚେତନତା ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ କମ୍ପାନିର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଥିଲେ ଯେ, ବ୍ୟାପକ ଚାରାରୋପଣ ଭଳି ପଦକ୍ଷେପ ଦ୍ବାରା ଦାୟିତ୍ଵପୂର୍ଣ୍ଣ ଉତ୍ପାଦନ ସହ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ କମ୍ପାନିର ବିଶେଷଜ୍ଞମାନେ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କୁ ପରିବେଶୀୟ ସନ୍ତୁଳନ, ଜୈବ ବିବିଧତା ସଂରକ୍ଷଣ ଓ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ସମ୍ପର୍କରେ ସଚେତନ କରିଥିଲେ। କମ୍ପାନିର ବ୍ୟବସାୟିକ ସହଯୋଗୀ ସଂସ୍ଥା ଡବ୍ଲ୍ୟୁଆଇସିଏଲ୍ କର୍ମଚାରୀ ଶଙ୍କର ସାମନ୍ତ କହିଥିଲେ ଯେ, ଏହି ଅଧିବେଶନ ତାଙ୍କୁ ପରିବେଶ ସୁରକ୍ଷା ଦିଗରେ ଛୋଟ ଛୋଟ ପଦକ୍ଷେପର ଗୁରୁତ୍ବ ବୁଝାଇବାରେ ସହାୟକ ହୋଇଛି। ଅନ୍ୟପକ୍ଷରେ, କମ୍ପାନି ପକ୍ଷରୁ ସ୍ଥାୟୀ ଉତ୍ପାଦନ ଓ ପରିବେଶ ପରିଚାଳନା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande