ପୁରୀଠାରେ ୧୫୦୦ କୋଟି ଟଙ୍କାର ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ଘୋଷଣା
ଓଡ଼ିଶାରେ ସାମୁଦ୍ରିକ ପର୍ଯ୍ୟଟନ ଓ ଅର୍ଥନୀତିର ହେବ ବ୍ୟାପକ ସମ୍ପ୍ରସାରଣ: ସୁଜିତ୍ ଦାସ ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ.)- ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ସାଧବ ପୁଅର ଅତୀତରେ ଜା
bhdjh


ଓଡ଼ିଶାରେ ସାମୁଦ୍ରିକ ପର୍ଯ୍ୟଟନ ଓ ଅର୍ଥନୀତିର ହେବ ବ୍ୟାପକ ସମ୍ପ୍ରସାରଣ: ସୁଜିତ୍ ଦାସ

ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ.)- ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ସାଧବ ପୁଅର ଅତୀତରେ ଜାଭା, ସୁମାତ୍ରା, ବର୍ଣ୍ଣିଓ ଭଳି ବିଦେଶରେ ବ୍ୟବସାୟର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ଗାରୀମାକୁ ଉଜ୍ଜିବୀତ କରି ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ପର୍ଯ୍ୟଟନ ଭିତିଭୂମିର ଉନ୍ନତିକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ପୁରୀକୁ ଏକ ପ୍ରକୃତ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବା ପାଇଁ ସଡ଼କ ପଥ, ରେଳପଥ, ଆକାଶ ପଥ, ଜଳପଥ ଏବଂ ହୋଟେଲ ଶିଳ୍ପର ବିକାଶ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। ଏକ ଐତିହାସିକ ନିଷ୍ପତିକ୍ରମେ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୫୦୦ କୋଟି ଟଙ୍କା ନିବେଶରେ ପୁରୀଠାରେ ଏକ ଅତ୍ୟାଧୁନିକ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ନିର୍ମାଣ କରାଯିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ପ୍ରକଳ୍ପର ମହତ୍ୱ ଓ ପ୍ରଭାବ ସଂପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ବଡ଼ ବଡ଼ କ୍ରୁଜ୍ ଜାହାଜଗୁଡ଼ିକ ସିଧାସଳଖ ପୁରୀରେ ପହଂଚିପାରିବେ, ଯାହାକି ବିଦେଶୀ ପର୍ଯ୍ୟଟକ ଓ ଦେଶର ପର୍ଯ୍ୟଟନ ପ୍ରେମୀମାନଙ୍କ ସଂଖ୍ୟାକୁ ବହୁଗୁଣିତ କରିବ । ପର୍ଯ୍ୟଟନ କ୍ଷେତ୍ରର ଏହି ବିଶାଳ ବିକାଶ ଯୋଗୁଁ ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୀତି ଅଧିକ ସୁଦୃଢ଼ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀକୁ ଆଧୁନିକ ସାମୁଦ୍ରିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ସ୍ଥାନ ଦେବାରେ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

ଓଡ଼ିଶାର ଗୌରବ ଓ ସମୃଦ୍ଧି ପାଇଁ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେପରି ଭାବେ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ବିକଶିତ ଭାରତ-୨୦୪୭ ଓ ସମୃଦ୍ଧ ଓଡ଼ିଶା-୨୦୩୬' ଗଠନର ସଂକଳ୍ପକୁ ସାକାର କରିବ ବୋଲି ଶ୍ରୀ ଦାସ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande