ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲରେ ଅର୍ଥ ପରାମର୍ଶଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ.)- ଓଡ଼ିଶା ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର କମିଶନରେଟ୍ ପକ୍ଷରୁ ଓଡ଼ିଶା ଜିଏସ୍ଟି ଆଇନ-୨୦୧୭ ଅନ୍ତର୍ଗତ କାର୍ଯ୍ୟ ଚୁକ୍ତି ସେବା (ୱାର୍କସ କଂଟ୍ରାକ୍ଟ ସର୍ଭିସ) ଓ ଟିଡିଏସ୍ ବ୍ୟବସ୍ଥା ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତୀୟ
ghdj


ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ.)- ଓଡ଼ିଶା ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର କମିଶନରେଟ୍ ପକ୍ଷରୁ ଓଡ଼ିଶା ଜିଏସ୍ଟି ଆଇନ-୨୦୧୭ ଅନ୍ତର୍ଗତ କାର୍ଯ୍ୟ ଚୁକ୍ତି ସେବା (ୱାର୍କସ କଂଟ୍ରାକ୍ଟ ସର୍ଭିସ) ଓ ଟିଡିଏସ୍ ବ୍ୟବସ୍ଥା ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅର୍ଥ ପରାମର୍ଶଦାତାମାନେ ଯୋଗ ଦେଇଥିଲେ।

କର୍ମଶାଳାରେ ଜିଏସ୍ଟି ଆଇନ ଓ ନିୟମରେ ହୋଇଥିବା ପରିବର୍ତନ, କାର୍ଯ୍ୟ ଚୁକ୍ତି ସେବା ଉପରେ ଟିକସ ନିର୍ଦ୍ଧାରଣ, ଟିଡିଏସ୍ ବ୍ୟବସ୍ଥା, ଜଷ୍ଟ-ଇନ୍-ଟାଇମ୍ ଫଣ୍ଡିଂ ଏବଂ ଡିଡିଓଙ୍କ ଦ୍ୱାରା ଚଳନ୍ତି ଜମାଖାତା ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ହାସଲରେ ଅର୍ଥ ପରାମର୍ଶଦାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଜେଟ୍ ଅନୁଦାନର ସମୟୋଚିତ ଓ ଫଳପ୍ରଦ ବିନିଯୋଗ ସହ ସରକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପର ବ୍ୟୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ।

ଆର୍ôଥକ ଅନୁମୋଦନ ପ୍ରକ୍ରିୟାକୁ ସରଳ ଓ ତ୍ୱରିତ କରିବା ସହ ବ୍ୟୟ ପରିଚାଳନାରେ ଅର୍ଥ ପରାମର୍ଶଦାତାମାନେ ସକ୍ରିୟ ନେତୃତ୍ୱ ନେବାକୁ ସେ ଆହ୍ୱାନ ଦେଇଥିଲେ। ବିଶେଷକରି ପର୍ଯ୍ୟଟନ, ଶିଳ୍ପ, ଲଜିଷ୍ଟିକ୍ସ ଓ ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକୁ ଆର୍ôଥକ ସହଯୋଗ ଯୋଗାଇବା ସହ ସ୍ୱଚ୍ଛତା, ଦକ୍ଷତା ଓ ଆର୍ôଥକ ଶୃଙ୍ଖଳା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଏହାପରେ ମୁଖ୍ୟ ଶାସନ ସଚିବ ଓଡ଼ିଶା ଅର୍ଥ ସେବା ଏବଂ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟ୍ସ ସେବାର ୨୦୨୪ ବ୍ୟାଚ୍ ର ୪୮ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିଥିଲେ। ଜନସେବାକୁ ପ୍ରାଥମିକତା ଦେବା ସହ ସଚ୍ଚୋଟତା, ନିଷ୍ଠା ଓ ଉତରଦାୟିତ୍ୱର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ସିଟି ଓ ଜିଏସ୍ଟି କମିଶନର ଯାମିନୀ ଷଡ଼ଙ୍ଗୀ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ପ୍ରତିଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ସୁଆର ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande