ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଥାନାରେ ଅଟକ ସ୍ୱାମୀ କୋର୍ଟ ଚାଲାଣ
ଧର୍ମଶାଳା,୫ ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ଦେଉଳି ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯାଇଥିଲା । ଶାଶୁଘରେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ବାପଘର ଲୋକେ ଥାନାରେ ଅତ୍ୟା ଅଭିଯ
ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଥାନାରେ ଅଟକ ସ୍ୱାମୀ କୋର୍ଟ ଚାଲାଣ


ଧର୍ମଶାଳା,୫ ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ଦେଉଳି ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯାଇଥିଲା । ଶାଶୁଘରେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ବାପଘର ଲୋକେ ଥାନାରେ ଅତ୍ୟା ଅଭିଯୋଗ ଆଣିଥିଲେ । ଘଟଣା ଦିନ ଥାନାରେ ଅଟକ ଥିବା ସ୍ୱାମୀକୁ ଆଜି ବ୍ରହ୍ମବରଦା ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ସ୍ୱାମୀ ହେଲେ ଦେଉଳି ଗ୍ରାମର ସ୍ୱର୍ଗତ ବିଜୟ ସରଙ୍କ ପୁଅ ସନ୍ଦୀପ୍ତ ସର ବୋଲି ଜଣାପଡିଛି । ଏହି ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ । ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ତାହା ହେଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସଂଜୟ କୁମାର ପରିଡା ସୂଚନା ଦେଇଛନ୍ତି ।

ସୂଚନା ଥାଉକି,ବ୍ରହ୍ମବରଦା ଥାନା ମଙ୍ଗରାଜପୁର ପଂଚାୟତ ଦେଉଳି ଗ୍ରାମର ବିଚିତ୍ର ସାମଲଙ୍କ ଝିଅ ଚିତ୍ରଲେଖା(ସୁଇଟ୍)୩୦ା୩ା୨୦୨୪ ମସିହାରେ ଏହି ଗ୍ରାମର ସ୍ୱର୍ଗତ ବିଜୟ ସରଙ୍କ ପୁଅ ସନ୍ଦିପ୍ତଙ୍କ ପ୍ରେମ କରି ଘର ଛାଡି ଚାଲି ଯାଇଥିଲେ । ଏହି ଘଟଣାକୁ ନେଇ ବିଚିତ୍ର ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ। ସେମାନେ ବାହାରେ ରହି ପ୍ରେମ ବିବାହ କରିଥିଲେ । କିଛି ଦିନ ପରେ ଘରକୁ ଆସିଥିଲେ । ବୋହୁ ଘରକୁ ଆସିବା ପରେ ହସଖୁସିରେ ଚାଲିଥିଲା । ପରେ ସୁଇଟ ଏକ ପୁତ୍ର ସନ୍ଦାନ ଜନ୍ମ ଲାଭ କରିଥିଲେ। ଯୌତୁକ ଦାବି କରି ସୁଇଟ ଉପରେ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରାଯାଇଥିଲା । ଏପରିକି ତାଙ୍କୁ ଅନେକ ସମୟରେ ମାଡ ମାରି ଲହୁଲୁହାଣ କରି ଥିଲେ । ଏହି ଘଟଣାକୁ ନେଇ ସୁଇଟ ବାପଘର ଲୋକଙ୍କୁ ଜଣାଇଥିଲେ । ବାପଘର ଲୋକେ ବୁଝାଶୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ତେବେ ସ୍ୱାମୀ,ଶାଶୁ ଓ ନଣନ୍ଦ ମିଶି ତାଙ୍କୁ ବହୁ ସମୟରେ ମାଡ ମାରି ଆସୁଥିଲେ । ତେବେ ଚଳିତ ମାସ ୩ ତାରିଖ ସନ୍ଧ୍ୟା ୫ଟାରେ ସ୍ୱାମୀ ସନ୍ଦିପ୍ତ,ଶାଶୁ କଲ୍ୟାଣୀ, କଲ୍ୟାଣୀଙ୍କ ଝିଅ ରିକୁନା ଓ ଜ୍ୱାଇଁ ମନୋଜ ସୁଇଟର ଚଂଟି ଚିପି ମାରିବା ପରେ ପ୍ରମାଣ ନଷ୍ଠ କରିବା ଉଦେଶ୍ୟରେ ଆତ୍ମହତ୍ୟାର ରୂପ ଦେବା ଲାଗି ବେକରେ ଏକ ଗାମୁଛା ସାହାଯ୍ୟରେ ଫ୍ୟାନରେ ଟାଙ୍ଗି ଦେଇଥିଲେ । ପରେ ସ୍ୱାମୀ ଘରୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାପଘର ଲୋକେ ମେଡିକାଲରେ ପଂହଚିବା ପରେ ସୁଇଟକୁ ମାଡ ମରିଥିବା ସ୍ୱାମୀ କହିବା ପରେ ସେମାନଙ୍କ ସନ୍ଦେହ ବଢି ଯାଇଥିଲା । ତାହାକୁ ନେଇ ସୁଇଟର ବାପା ବ୍ରହ୍ମବରଦା ଥାନାରେ ବିଳମ୍ବିତ ରାତିରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ଦିନ ପୁୁଲିସ ତୁରନ୍ତ ସ୍ୱାମୀକୁ ଥାନାକୁ ଆଣି ପଚରାଉଚୁରା କରୁଥିଲା । ତେବେ ଆଜି ସ୍ୱାମୀ ସନ୍ଦୀପ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande