ଜବରଦଖଲ ଉଚ୍ଛେଦରେ ପ୍ରଶାସନକୁ ଗ୍ରାମବାସୀଙ୍କ ସହଯୋଗ
ଜୟପୁର, ୦୫ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ସଦର ମହକୁମା ସ୍ଥିତ ଜୟପୁର ବାଇପାସ ରୋଡ଼ ତଥା କାଠମିଲ ସାହି ଠାରୁ ଶହୀଦ ଲଷ୍ମଣ ନାୟକ ମୁଖ୍ୟ ଚାରି ଛକ ପର୍ଯ୍ୟନ୍ତ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନର ଏହି ଜବରଦଖଲ ଉଛେଦ ପଦକ୍ଷେପକୁ ଗ୍ରାମବାସୀଙ୍କ ସହଯୋଗ ମିଳିଛି। ବୈପାରୀଗୁଡ
ଜବରଦଖଲ ଉଚ୍ଛେଦରେ ପ୍ରଶାସନକୁ ଗ୍ରାମବାସୀଙ୍କ ସହଯୋଗ-


ଜୟପୁର, ୦୫ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ସଦର ମହକୁମା ସ୍ଥିତ ଜୟପୁର ବାଇପାସ ରୋଡ଼ ତଥା କାଠମିଲ ସାହି ଠାରୁ ଶହୀଦ ଲଷ୍ମଣ ନାୟକ ମୁଖ୍ୟ ଚାରି ଛକ ପର୍ଯ୍ୟନ୍ତ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନର ଏହି ଜବରଦଖଲ ଉଛେଦ ପଦକ୍ଷେପକୁ ଗ୍ରାମବାସୀଙ୍କ ସହଯୋଗ ମିଳିଛି। ବୈପାରୀଗୁଡା ତହସିଲଦାର ତଥା ମାଜିଷ୍ଟେଟ ସିଂଗ୍ଧା ଚୌଧୁରୀଙ୍କ ଉପସ୍ଥିତିରେ ସରକାରୀ ଜମି ଓ ସାଧାରଣ ରାସ୍ତାକୁ ଜବରଦଖଲମୁକ୍ତ କରାଯାଇଛନ୍ତି । ରାସ୍ତା ଜୟପୁର ବାଇପାସ ରୋଡ଼ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ଗ୍ରାମବାସୀମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏହି ଉଛେଦ ସମୟରେ ସ୍ଥାନୀୟ ସରପଂଚ ସୂର୍ଯ୍ୟମଣି ନାୟକ ଏବଂ ଆର ଏଣ୍ଡ ବି ବିଭାଗ ର ବିଭାଗୀୟ ଅଧିକାରୀ, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭଗ କର୍ମଚାରୀ, ଗ୍ରାମବାସୀ ବିଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନର ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ହେବା ସହ ଜବରଦଖଲ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ କରିବା ସହ ଅଂଚଳର ବିକାଶ ଓ ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ସହଯୋଗ ଜାରି ରଖିବାକୁ ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande