
ଭୁବନେଶ୍ୱର, 05 ନଭେମ୍ବର (ହି.ସ.) ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୮-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ହକି ଦଳକୁ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନବୀନ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଦଳର ଅସାଧାରଣ ଖେଳ ଦକ୍ଷତା ଓ ଉତ୍ତମ ସମନ୍ୱୟ ଯୋଗୁଁ ଏହି ବୃହତ୍ ବିଜୟ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।
ଫାଇନାଲ ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳ ନିଜର ବିଜୟ ଧାରା ବଜାୟ ରଖି ଜାପାନକୁ ପରାସ୍ତ କରି ଟ୍ରଫି ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିବା ସହ ଦଳକୁ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ