
ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଂଟସ୍ କମିଟିର ଅଧ୍ୟକ୍ଷା ଓ ସଭ୍ୟଙ୍କ ଯୋଗଦାନ
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ.)-ଭାରତର ପାର୍ଲାମେଂଟ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବିଧାନସଭା ଓ ବିଧାନ ପରିଷଦର ପବ୍ଲିକ୍ ଆକାଉଂଟସ୍ କମିଟିର ଅଧ୍ୟକ୍ଷମାନଙ୍କର ସମ୍ମିଳନୀ କେରଳମ୍ ର ଥିରୁଅନନ୍ତପୁରଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଂଟସ୍ କମିଟିର ଅଧ୍ୟକ୍ଷା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ‘ଅଡ଼ିଟ୍, ଉତରଦାୟିତ୍ୱ ଏବଂ ସୁଶାସନ’ ଉପରେ ନିଜର ଅଭିମତ ଉପସ୍ଥାପନ କରି କହିଲେ ଯେ ଆମର ସଂସଦୀୟ ଗଣତନ୍ତ୍ରରେ ସାର୍ବଜନୀନ ହିସାବ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଦ୍ୱାରା ସରକାରୀ ଅନୁଦାନର ବ୍ୟୟ ଉପରେ ନଜର ରହିବା ସହ ପାଣ୍ଠିର ଉଚିତ ବିନିଯୋଗ ପାଇଁ କାର୍ଯ୍ୟପାଳିକାକୁ ଉତରଦାୟୀ କରିଥାଏ । ଅନୁଦାନର ବ୍ୟୟ କ୍ଷେତ୍ରରେ ସ୍ୱଚ୍ଛତା, ଉତରଦାୟିତ୍ୱ ଓ ଏକ ଉତମ ଆର୍ôଥକ ପରିଚାଳନା କ୍ଷେତ୍ରରେ ପବ୍ଲିକ୍ ଆକାଉଂଟସ୍ କମିଟି ପ୍ରତିଶ୍ରୁତିବଦ୍ଧ ହେବା ଉଚିତ । ଆମେ ନିଶ୍ଚିତ କରିବା ଦରକାର ଯେ ପ୍ରତ୍ୟେକଟି ଟଙ୍କା ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେଉଛି ଓ ରାଜ୍ୟ ତଥା ରାଷ୍ଟ୍ରର ବିକାଶରେ ଏହା ଯୋଡ଼ି ହୋଇପାରୁଛି ।
ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ପବ୍ଲିକ ଆକାଉଂଟସ୍ କମିଟିର ସଭ୍ୟ ବିଧାୟକ ଡ. ଅରୁଣ କୁମାର ସାହୁ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ଆମକୁ ସଚ୍ଚୋଟତାର ସହ ସାବ୍ୟସ୍ତ କରିବାକୁ ହେବ ଯେ କମିଟି ଏହାର ମୂଳ ଉଦ୍ଦେଶ୍ୟ ହାସଲ କରିବାର କେତେ ଦୂର ସଫଳ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଅଡ଼ିଟ୍?ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ହେବ । ଏଥିରେ ଥିବା ଅସଙ୍ଗତିଗୁଡ଼ିକୁ ଗୁରୁତର ସହ ବିଚାର କରି ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପାର୍ଲିଆମେଂଟ ପବ୍ଲିକଆକାଉଂଟସ କମିଟିର ଅଧକ୍ଷ କେ. ସି ଭେନୁଗୋପାଳ, କେରଳମ୍ ର ମୁଖ୍ୟମନ୍ତ୍ରୀ ଶ୍ରୀ ଭି. ଡି. ସଥିଶନ୍ ପ୍ରମୁଖ ଯୋଗଦେଇଥିବାବେଳେ, ଏହି ସମ୍ମିଳନୀରେ ପାର୍ଲିଆମେଂଟ ସମେତ ୨୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧି ପ୍ରତିନିଧିତ୍ୱ କରୁଥିବା ବେଳେ,ଓଡ଼ିଶା ବିଧାନସଭାର ପବ୍ଲିକ୍ ଆକାଉଂଟସ୍ କମିଟିର ସଭ୍ୟ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ୍, ଶ୍ରୀ ଅମର କୁମାର ନାୟକ ଓ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା