ଖୋର୍ଦ୍ଧା ରୋଡ୍ ଓ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ୱାନ-ୱେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)-ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ-ଏନ୍ସିଆର୍ ମଧ୍ୟରେ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ୍ ଓ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଉଭୟ ଦିଗରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର ୦୮୪୦୭ ଖୋର
ଖୋର୍ଦ୍ଧା ରୋଡ୍ ଓ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ୱାନ-ୱେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ


ଭୁବନେଶ୍ୱର, 05 ନଭେମ୍ବର (ହି.ସ.)-ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ-ଏନ୍ସିଆର୍ ମଧ୍ୟରେ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ୍ ଓ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଉଭୟ ଦିଗରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଟ୍ରେନ୍ ନମ୍ବର ୦୮୪୦୭ ଖୋର୍ଦ୍ଧା ରୋଡ୍–ଆନନ୍ଦ ବିହାର ଟର୍ମିନାଲ ସ୍ୱତନ୍ତ୍ର ଟ୍ରେନ୍ ୭ ନଭେମ୍ବର ୨୦୨୬ (ଶନିବାର) ଖୋର୍ଦ୍ଧା ରୋଡ୍ରୁ ଅପରାହ୍ନ ୧୨ଟା ୧୫ ମିନିଟ୍ରେ ଛାଡ଼ି ୮ ନଭେମ୍ବର (ରବିବାର) ରାତି ୧୦ଟା ୩୦ ମିନିଟ୍ରେ ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ।ଫେରିବା ଦିଗରେ, ଟ୍ରେନ୍ ନମ୍ବର ୦୮୪୦୮ ଆନନ୍ଦ ବିହାର ଟର୍ମିନାଲ–ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ୯ ନଭେମ୍ବର ୨୦୨୬ (ସୋମବାର) ରାତି ୧୨ଟା ୩୦ ମିନିଟ୍ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ି ୧୦ ନଭେମ୍ବର ୨୦୨୬ (ମଙ୍ଗଳବାର) ସକାଳ ୧୦ଟା ୪୫ ମିନିଟ୍ରେ ଖୋର୍ଦ୍ଧା ରୋଡ୍ରେ ପହଞ୍ଚିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ହିଜିଲି, ମେଦିନାପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା, ଗୋମୋ, କୋଡରମା , ଗୟା ଜଙ୍କସନ, ଦେହରି ଅନ୍ ସୋନ୍, ସାସାରାମ, ଭଭୁଆ ରୋଡ୍, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ସୁବେଦାରଗଞ୍ଜ, ଗୋବିନ୍ଦପୁରୀ ଏବଂ ଗାଜିଆବାଦ ଷ୍ଟେସନରେ ରହଣି କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୧୮ଟି କୋଚ୍ ରହିବ। ସେଥିମଧ୍ୟରେ ୪ଟି ଏସି ତିନି-ଟାୟାର, ୧ଟି ଏସି ଦୁଇ-ଟାୟାର, ୭ଟି ସ୍ଲିପର୍ ଶ୍ରେଣୀ, ୪ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଏବଂ ଦିବ୍ୟାଙ୍ଗଜନ ଅନୁକୂଳ ସୁବିଧା ସହ ୨ଟି ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ ରହିବ।

କୋଚ୍ ସଂରଚନା :

ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୮ଟି କୋଚ ରହିବ:

• ଏସି ୩-ଟାୟାର୍ (AC 3-Tier) – ୪ଟିଟି କୋଚ

• ଏସି ୨-ଟାୟାର୍ (AC 2-Tier) – ୧ଟିଟି କୋଚ

• ସ୍ଲିପର୍ କ୍ଲାସ୍ (Sleeper Class) – ୦୭ଟି କୋଚ

• ସାଧାରଣ ଶ୍ରେଣୀ (General) – ୦୪ଟି କୋଚ

• ଦିବ୍ୟାଙ୍ଗ-ଅନୁକୂଳ ସୁବିଧା ସହିତ ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ – ୦୨ଟି କୋଚ

ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande