ଉତରକାଶୀର ଗଙ୍ଗନାନୀଠାରେ ଭାଗୀରଥୀ ନଦୀକୁ ଖସିଲା ଗୁଜରାଟର କାର, ୪ ମୃତ, ୨ ମହିଳା ନିଖୋଜ
ଉତରକାଶୀ (ଉତରାଖଣ୍ଡ), ୦୫ ନଭେମ୍ବର (ହି.ସ.)- ଉତରକାଶୀ ଜିଲ୍ଲାର ଭଟୱାଡ଼ି ତହସିଲ ଅଂଚଳ ଅନ୍ତର୍ଗତ ଗଙ୍ଗନାନୀ ନିକଟରେ ଗୁରୁବାର ସକାଳେ ଏକ ଇନୋଭା କାର ଭାଗୀରଥୀ ନଦୀକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଦୁଇ ଜଣ ମହିଳା ନିଖୋଜ ଥିବାରୁ
ଉତରକାଶୀର ଗଙ୍ଗନାନୀଠାରେ ଭାଗୀରଥୀ ନଦୀକୁ ଖସିଲା ଗୁଜରାଟର କାର, ୪ ମୃତ, ୨ ମହିଳା ନିଖୋଜ


ଉତରକାଶୀ (ଉତରାଖଣ୍ଡ), ୦୫ ନଭେମ୍ବର (ହି.ସ.)- ଉତରକାଶୀ ଜିଲ୍ଲାର ଭଟୱାଡ଼ି ତହସିଲ ଅଂଚଳ ଅନ୍ତର୍ଗତ ଗଙ୍ଗନାନୀ ନିକଟରେ ଗୁରୁବାର ସକାଳେ ଏକ ଇନୋଭା କାର ଭାଗୀରଥୀ ନଦୀକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଦୁଇ ଜଣ ମହିଳା ନିଖୋଜ ଥିବାରୁ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଗଙ୍ଗନାନୀଠାରେ ଗଙ୍ଗୋତ୍ରୀ ଜାତୀୟ ରାଜପଥ ନିକଟରେ ଏକ ଇନୋଭା କାର ଭାଗୀରଥୀ ନଦୀକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିରେ ଚାଳକଙ୍କ ସମେତ ମୋଟ ୭ ଜଣ ଯାତ୍ରା କରୁଥିଲେ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ, ଏସ୍ଡିଆରଏଫ୍, ୧୦୮ ଆମ୍ବୁଲାନ୍ସ, ମେଡିକାଲ ଟିମ୍ ଏବଂ ରାଜସ୍ୱ ବିଭାଗର ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ। ଉଦ୍ଧାରକାରୀ ଦଳ ନଦୀରୁ ଜଣେ ଆହତ ବ୍ୟକ୍ତିଙ୍କୁ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ତାଙ୍କୁ ହେଲିକପ୍ଟର ଯୋଗେ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଇବାର ବ୍ୟବସ୍ଥା କରାଯାଉଛି। ନିଖୋଜ ଦୁଇ ମହିଳାଙ୍କ ସନ୍ଧାନ ପାଇଁ ଅଭିଯାନ ଜାରି ରହିଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି। ମୃତକମାନେ ହେଲେ ଗୁଜରାଟର ସୁରଟ ସହରର ବାସିନ୍ଦା ଅଶୋକବେନ ପଟେଲ (୪୯), ସଙ୍ଗୀତାବେନ ପଟେଲ (୩୯), ଘନଶ୍ୟାମଭାଇ ସରଭେୟା (୩୨) ଏବଂ ଗାଡ଼ି ଚାଳକ ସୁରେନ୍ଦ୍ର ସିଂହ (୨୮)।

ଆହତଙ୍କ ପରିଚୟ ବେଦାନ୍ତ ଅଶୋକଭାଇ ପଟେଲ (୧୭) ବୋଲି ଜଣାପଡ଼ିଛି। ସେହିପରି ନିଖୋଜ ମହିଳା ଦୁଇଜଣ ହେଲେ ସୁଧାବେନ ଅଶୋକଭାଇ ପଟେଲ (୪୫) ଏବଂ କିରଣବେନ ବିଶାଳଭାଇ ପଟେଲ (୩୪)। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଏସ୍ଡିଆର୍ଏଫ୍ ଟିମ୍ ନିଖୋଜ ମହିଳାଙ୍କ ସନ୍ଧାନରେ ନିୟୋଜିତ ଅଛନ୍ତି।

----------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande