
ମାଲକାନଗିରି, ୭ ନଭେମ୍ବର (ହି.ସ.)- ନିଶା ନିବାରଣ ଅଭିଯାନରେ କାଲିମେଳା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗାଗରିମେଟଲା ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ।
ପୋଲିସର ସୂଚନା ଅନୁଯାୟୀ, ବେଆଇନ ଭାବେ ୧୩୨୫ କେଜି ଗଞ୍ଜେଇ ଡମ୍ପିଂ କରାଯାଇଥିବା ସ୍ଥାନରେ ଚଢ଼ଉ କରି ଏହି ବଡ଼ ସଫଳତା ହାସଲ କରାଯାଇଛି। ପୋଲିସ ଚଢ଼ଉ ସମୟରେ ଅଭିଯୁକ୍ତମାନେ ଗାଗରିମେଟଲା ଜଙ୍ଗଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏହି ଘଟଣାରେ କାଲିମେଳା ଥାନା କେସ୍ ନଂ ୨୭୯/୨୦୨୬,ରେଏନ ଡ଼ି ପି ଏସ ଆଇନର ଧାରା ୨୦(ବି )(ଆଇ ଆଇ )(ସି ) ଅନୁଯାୟୀ ମାମଲା ରୁଜୁ ହୋଇଛି।
କାଲିମେଳା ପୋଲିସ ଟିମ୍ ର ଏହି ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା। ନିଶା କାରବାର ବିରୋଧରେ ପୋଲିସର ଏହି କଠୋର ଅଭିଯାନ ଜାରି ରହିବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି। ଏଥି ସହ ଯେଉଁ ମାନଙ୍କର ଏଥିରେ ଲିଙ୍କ୍ ଥିବ ସେମାନଙ୍କୁ ଧରାଯିବ ଓ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ