
କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – ଜନସାଧାରଣଙ୍କ ସେବା, ସ୍ୱାର୍ଥ ଏବଂ ଡେରାବିଶ ପଂଚାୟତ ସମିତି କାର୍ଯ୍ୟାଳୟର ଦୈନନ୍ଦିନ ସରକାରୀ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଡେରାବିଶ ତହସିଲ କାର୍ୟ୍ୟାଳୟର ଦୁଇ ଜଣ ବରିଷ୍ଠ କିରାଣୀଙ୍କୁ ତୁରନ୍ତ ଏବଂ ପରବର୍ତୀ ଆଦେଶ ପର୍ୟ୍ୟନ୍ତ ଡେରାବିଶ ବ୍ଲକ୍ରେ ଡେପୁଟେସନ ଅର୍ଡରରେ ନିଯୁକ୍ତ କରାଯାଇଛି। ଡେରାବିଶ ତହସିଲ କାର୍ଯ୍ୟାଳୟର ପ୍ରତିଷ୍ଠା/ବିଲ୍/ବଜେଟ୍ ସିଟ୍ ଦାୟିତ୍ୱରେ ଥିବା ବରିଷ୍ଠ ରାଜସ୍ୱ ସହାୟକ ତୃପ୍ତିମୟୀ ସାହୁ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ(ନିଜାରତ ଶାଖା)ର ବରିଷ୍ଠ ରାଜସ୍ୱ ସହାୟକ ରତିକାନ୍ତ ରାଉତରାୟଙ୍କୁ ଜିଲ୍ଲାପାଳଙ୍କ ଆଦେଶ ମୁତାବକ, ଏହି ଦୁଇ କର୍ମଚାରୀ ନିର୍ଦ୍ଧାରିତ ଦିନ ମାନଙ୍କରେ ଡେରାବିଶ ପଂଚାୟତ ସମିତି କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ସମ୍ପାଦନ କରିବେ। କିରାଣୀ ତୃପ୍ତିମୟୀ ସାହୁ ଗୋଟିଏ ଦିନ ଛାଡ଼ି ଆର ଦିନ ଏବଂ ରତିକାନ୍ତ ରାଉତରାୟ ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର(କାର୍ଯ୍ୟ ଦିବସ ଗୁଡ଼ିକରେ) ସେଠାରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି