ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ର ଜିଲ୍ଲା ଛାତ୍ରନେତା ସମ୍ମିଳନୀ ରାଷ୍ଟ୍ରୀୟ ଚେତନା'
ବଲାଙ୍ଗିର, ୦୭ ନଭେମ୍ବର(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲା ଛାତ୍ରନେତା ସମ୍ମିଳନୀ ରାଷ୍ଟ୍ରୀୟ ଚେତନା'' ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆଜି ନଭେମ୍ୱର ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସମ୍
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ର ଜିଲ୍ଲା ଛାତ୍ରନେତା ସମ୍ମିଳନୀ ରାଷ୍ଟ୍ରୀୟ ଚେତନା*


ବଲାଙ୍ଗିର, ୦୭ ନଭେମ୍ବର(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲା ଛାତ୍ରନେତା ସମ୍ମିଳନୀ ରାଷ୍ଟ୍ରୀୟ ଚେତନା' ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆଜି ନଭେମ୍ୱର ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସମ୍ପାଦକ ଶ୍ୱେତାଶୁଂ ଶେଖର ବରାଇ ଯୋଗଦେଇ ଆଦର୍ଶ ଛାତ୍ର ନେତା ହୋଇ କିପରି କ୍ୟାମ୍ପସ ମାନଙ୍କର ସମସ୍ୟା ର ସମାଧାନ କରିବେ ବିଷୟରେ ଉଦବୋଧନ ଦେଇଥିଲେ। ଗତ ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟରେ ବିଦ୍ୟାର୍ଥୀ ପରିଷଦର ସଫଳତା ସମ୍ପର୍କରେ କହି ଗତ ସରକାର ୮ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କରି ନଥିବା ନେଇ ତୀବ୍ର ସମାଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ସଂଗଠନ ସମ୍ପାଦକ ବିକାଶ ସାହୁ ଯୋଗଦେଇ ଏବିଭିପିର ପରିସର କାର୍ଯ୍ୟ ଓ ଛାତ୍ରନେତା ଭୂମିକା' ବିଷୟ ବର୍ଣ୍ଣନା କରିଥିଲେ।

ସେହିପରି ଭାବେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ମଞ୍ଜିତ କୁମାର କର୍ମି ରାଜ୍ୟର ଯୁବଛାତ୍ର ସମାଜ ରାଷ୍ଟ୍ରବାଦୀ ସପକ୍ଷରେ ରହିଥିବା ସହ ବଲାଙ୍ଗିର ରେ ଏବିଭିପି ର ବିଜୟ ଗାଥା କହିଥିଲେ। ସମ୍ମାନିତ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଛାତ୍ର ସଂଘ ସାଧାରଣ ସମ୍ପାଦକ ନିଖିଳ ଅଗ୍ରୱାଲ ଓ ସହ ସାଧାରଣ ସମ୍ପାଦିକା ବିଣାପାଣି ମହାପାତ୍ର ଯୋଗ ହେଇଥିଲେ। ଏହା ସହ ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ର ସଂଘ ସଭାପତି ସୃଷ୍ଟିଶ୍ରୀ ପ୍ରଧାନ, ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଛାତ୍ର ସଂଘ ସଭାପତି ସୌମ୍ୟ ରଞ୍ଜନ ପଟେଲ, ରୋଥ ମହାବିଦ୍ୟାଳୟ ର ଛାତ୍ର ସଂଘ ସଭାପତି ଆକାଶ ସାହୁ ମଂଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଳସୀ ସୁନା, ବିଭାଗ ରାଷ୍ଟ୍ରୀୟ କଲାମଂଚ ପ୍ରମୁଖ ଅନିଶା କୁମ୍ଭାର, ବ୍ଳକ୍ ସଂଯୋଜକ ଦେବାଶିଷ କଁଅର, ଆଲୋକ ଅରୁପାନନ୍ଦ ଯୋଶୀ ଏବଂ ଜିଲା ସମସ୍ତ ନବ ନିର୍ବାଚିତ ଛାତ୍ର ସଂସଦ ପଦାଧିକାରୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଜିଲାର ସମସ୍ତ କଲେଜର ଛାତ୍ରନେତା ଯୋଗଦେଇ ମତବ୍ୟକ୍ତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande