ରେବନ୍ତ ରେଡ୍ଡୀଙ୍କ ପରିବାର ବିରୋଧରେ ବିଆରଏସ୍ର ଦୁର୍ନୀତି ଅଭିଯୋଗ, କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଦାବି
ହାଇଦ୍ରାବାଦ, ୦୭ ନଭେମ୍ବର (ହି.ସ.)- ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପୁଣି ଥରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଅନିୟମିତତା ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଛି। ଏହି ଅଭିଯୋଗଗୁଡ଼ିକର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ
बीआरएस प्रवक्ता मन्ने कृषांक प्रेस कॉन्फ्रेंस करते हुए


ହାଇଦ୍ରାବାଦ, ୦୭ ନଭେମ୍ବର (ହି.ସ.)- ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପୁଣି ଥରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଅନିୟମିତତା ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଛି। ଏହି ଅଭିଯୋଗଗୁଡ଼ିକର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ କେନ୍ଦ୍ର ସରକାରଙ୍କୁ ଦାବି କରିଛି।

ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଆରଏସ୍ର ମୁଖପାତ୍ର ମନ୍ନେ କ୍ରିଷାଙ୍କ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସାନଭାଇ ଅନୁମୁଲା କୋଣ୍ଡାଲ ରେଡ୍ଡୀ ସ୍ମୃତିଶକ୍ତି ହ୍ରାସ (ମେମୋରି ଲସ୍) ସମସ୍ୟାରେ ପୀଡ଼ିତ ବୋଲି କୁହାଯାଇଥିଲା। ସେ କହିଥିଲେ ଯେ, ଅଦାଲତରେ ଦାଖଲ କରାଯାଇଥିବା ଦସ୍ତାବିଜ୍ରେ ପ୍ରତିରକ୍ଷା ଓ ଏରୋସ୍ପେସ୍ କମ୍ପାନୀ ‘ଟେସରାକ୍ଟ ଆଡଭାନ୍ସଡ୍ ସିଷ୍ଟମ୍ସ’ର ଅଧ୍ୟକ୍ଷ କୋଣ୍ଡାଲ ରେଡ୍ଡୀ ଏହି ସମସ୍ୟାରେ ପୀଡ଼ିତ ଥିବା ଉଲ୍ଲେଖ ରହିଥିଲା। ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ମେଡିକଭର ହସ୍ପିଟାଲରେ ଭର୍ତି କରାଯାଇଥିବା ନେଇ ଏକ ପ୍ରମାଣପତ୍ର ମଧ୍ୟ ଅଦାଲତରେ ଦାଖଲ କରାଯାଇଥିଲା।

କ୍ରିଷାଙ୍କ ପ୍ରଶ୍ନ କରିଥିଲେ, “ଏହା ସତ୍ୱେ ଏଭଳି ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ପ୍ରତିରକ୍ଷା ଓ ଏରୋସ୍ପେସ୍ କମ୍ପାନୀକୁ ଜମି ଆବଂଟନ କରାଯାଉଛି। ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଜାଣିବାକୁ ଚାହୁଁଛୁ।

ବିଆରଏସ୍ ନେତା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସାନଭାଇ ଏକ ଦାମୀ ଅନ୍ତର୍ଜାତୀୟ ମଡେଲର କାର୍ କିଣିବାକୁ ଉଦ୍ୟମ କରୁଥିଲେ, କିନ୍ତୁ ବ୍ୟାଙ୍କଗୁଡ଼ିକ ତାଙ୍କୁ ଋଣ ଦେବାକୁ ମନା କରିଦେଇଥିଲେ। କୋଣ୍ଡାଲ ରେଡ୍ଡୀ ନିଜର ସିବିଲ୍ ସ୍କୋର ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଥିଲେ।

କ୍ରିଷାଙ୍କ ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ଅନୁସୂଚିତ ଜାତି (ଏସ୍ସି) ଏବଂ ପଛୁଆ ବର୍ଗ (ବିସି) ନିଗମଗୁଡ଼ିକୁ ପାଣ୍ଠି ଜାରି କରିନାହାନ୍ତି। ‘ରାଜୀବ ଯୁବ ବିକାଶ’ ଯୋଜନା ପାଇଁ ମଧ୍ୟ ଗୋଟିଏ ଟଙ୍କା ଆବଂଟନ କରାଯାଇନଥିବା ସେ ଦାବି କରିଥିଲେ।

ସେ କହିଥିଲେ, “ରେବନ୍ତ ରେଡ୍ଡୀଙ୍କ ସରକାର ‘ଆରଆର୍ କର୍ପୋରେସନ୍’ ନାମରେ ଏକ ନୂଆ ନିଗମ ସ୍ଥାପନ କରିଛି। ରେବନ୍ତ ରେଡ୍ଡୀଙ୍କ ଝିଅ ନୈମିଷା ରେଡ୍ଡୀ ସ୍କୁଲ୍ଗୁଡ଼ିକରେ ନିବେଶ କରିଛନ୍ତି। ‘ସ୍ୱଚ୍ଛ ବାୟୋ’ ନାମରେ ତାଙ୍କର ଜଣେ ଭାଇଙ୍କ ନିକଟରେ ୧,୦୦୦ କୋଟି ଟଙ୍କା ମୂଲ୍ୟର ଜମି ରହିଛି, ଯେତେବେଳେ କି ଅନ୍ୟ ଜଣେ ଭାଇ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ କରିଛନ୍ତି।

କ୍ରିଷାଙ୍କ ଆହୁରି ଅଭିଯୋଗ କରିଥିଲେ ଯେ, ପରିବାରର ସଦସ୍ୟମାନେ ନିଜର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅର୍ଥ କାରବାର ଓ ନିବେଶ ପାଇଁ ବ୍ୟବହାର କରୁଛନ୍ତି। ପରିବାର ପକ୍ଷରୁ ହସ୍ପିଟାଲ, ସ୍କୁଲ୍ ଏବଂ ୫୦ ମହଲା ବିଶିଷ୍ଟ ଆବାସିକ କୋଠା ନିର୍ମାଣ ସମେତ ବିଭିନ୍ନ ପ୍ରକଳ୍ପରେ ନିବେଶ କରାଯାଇଥିବା ସେ ଦାବି କରିଥିଲେ। ମାତ୍ର ଦୁଇ ବର୍ଷ ମଧ୍ୟରେ ପରିବାରର ବ୍ୟବସାୟିକ ସାମ୍ରାଜ୍ୟ ଏତେ ବଡ଼ କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ପ୍ରତି ଗସ୍ତର ଉଲ୍ଲେଖ କରି କ୍ରିଷାଙ୍କ କହିଥିଲେ ଯେ, ଅମିତ ଶାହ ‘ଆରଆର୍ ଟ୍ୟାକ୍ସ’ ବିଷୟରେ ଉଲ୍ଲେଖ କରିଥିଲେ। ଏତେସବୁ ଅଭିଯୋଗ ସତ୍ୱେ ଏପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ ଏବଂ ତଦନ୍ତ ନିର୍ଦ୍ଦେଶ କାହିଁକି ଦିଆଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande