
ଗଂଜାମ, 07 ନଭେମ୍ବର (ହି.ସ.) ଏଟିଏମ ଭାଂଗି ଟଂକା ଚୋରା କରିବା ମାମଲାରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ କୋଦଳା ଥାନା ବି ନୂଆ ପଲ୍ଲୀର ବଳଭଦ୍ର ଖଟେଈ। ଗତ ମଧ୍ୟ ରାତ୍ରରେ ଷ୍ଟେସନ ରୋଡରେ ଥିବା ଏସବିଆଇ ଏଟିଏମ ଭାଂଗି ଟଂକା ଲୁଟିବା ଉଦ୍ୟମ କରିଥିଲେ। ଏନେଇ ଶାଖା ପରିଚାଳକ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ପୁଟେଜ ଯାଂଚ କରି ପୁଲିସ ବଳଭଦ୍ରକୁ ଗିରଫ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ