ବିଏମ୍ ସି ପକ୍ଷରୁ ଫରେଷ୍ଟ ପାର୍କ ଅଂଚଳରେ ଗଣସଫେଇ
ଭୁବନେଶ୍ୱର , 07 ନଭେମ୍ବର (ହି.ସ.) -ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୱାର୍ଡ ନଂ-୪୦ ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳରେ ଏକ ସାମୂହିକ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ସ୍ଥାନୀୟ କର୍ପୋରେଟର ଶ୍ର
ବିଏମ୍ ସି ପକ୍ଷରୁ ଫରେଷ୍ଟ ପାର୍କ ଅଂଚଳରେ ଗଣସଫେଇ


ଭୁବନେଶ୍ୱର , 07 ନଭେମ୍ବର (ହି.ସ.) -ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୱାର୍ଡ ନଂ-୪୦ ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳରେ ଏକ ସାମୂହିକ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଆସିଆ ବେଗମ, ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀଧର ବେହେରା, ପରିମଳ ଉପାୟୁକ୍ତ ରାକେଶ କୁମାର ପାତ୍ର, ଜୋନାଲ ଡେପୁଟି କମିଶନର, ବିଏମ୍ସିର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ରାସ୍ତା ପରିଷ୍କାର, ଡ୍ରେନ ସଫେଇ, ବିଦ୍ୟୁତ୍ ଆଲୋକ ମରାମତି, ଗଛଡାଳ କଟା ଯାଇଥିବା ବେଳେ ଡ୍ରେନ ଏବଂ ମଶା ଲାର୍ଭା ଉତ୍ସରେ ମଶା ତେଲ ସିଚନ କରାଯାଇଥିଲା । ଏହି ଗଣ ସଫେଇ ଅଭିଯାନ ସମୟରେ ଏକ ଆପାର୍ଟମେଣ୍ଟ ବାହାରେ ଥିବା ଡ୍ରେନ୍ରେ ବର୍ଜ୍ୟବସ୍ତୁ ପକାଯାଇଥିବା ଦେଖି, ମେୟର ସଂପୃକ୍ତ ଆପାର୍ଟମେଣ୍ଟ ଆସୋସିଏସନ୍ର ମୁଖ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଏଣିକି ଡ୍ରେନ୍ କିମ୍ବା ରାସ୍ତାକଡ଼ରେ ଅଳିଆ ନ ପକାଇବାକୁ ତାଗିଦ୍ କରିଥିଲେ। ଏହି ଅଭିଯାନରେ ନିୟମିତ ସଫେଇ, ଡ୍ରେନେଜ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ, ଷ୍ଟ୍ରିଟ୍ ଲାଇଟ୍ର ଉନ୍ନତିକରଣ ଏବଂ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମେୟର ଶ୍ରୀମତୀ ଦାସ କହିଥିଲେ ଯେ, ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ସଚେତନତା ବିନା ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭୁବନେଶ୍ୱର ଗଠନ ସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ନାଗରିକ ନିଜ ଘର ସହ ଆଖପାଖ ପରିବେଶକୁ ସଫା ରଖିବା ଏବଂ ବର୍ଜ୍ୟବସ୍ତୁ ଏଣେତେଣେ ନ ପକାଇ ବିଏମ୍ସିର ସଫେଇ ଗାଡ଼ିକୁ ହସ୍ତାନ୍ତର କରିବାକୁ ସେ ଅନୁରୋଧ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande