
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ଚଂଚଳ ରାଣା ଶନିବାର ଦିନ ୱାର୍ଡ ନଂ-୨୩ ପରିଦର୍ଶନ କରି ବିଭିନ୍ନ ଚାଲୁ ରହିଥିବା ଓ ପ୍ରସ୍ତାବିତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏହି ପରିଦର୍ଶନ ସମୟରେ ଜୋନାଲ ଡେପୁଟି କମିଶନର, ଡେପୁଟି କମିଶନର, ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ କର୍ପୋରେଟର ଏବଂ ବିଏମ୍ ସିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ୱାର୍ଡରେ ଥିବା ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଓପନ୍ ଜିମ୍ ଏବଂ ରାସ୍ତା ନିର୍ମାଣ ଭଳି ପ୍ରମୁଖ ନାଗରିକ ଭିତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ କମିଶନର। ସହରବାସୀଙ୍କୁ ଉନ୍ନତ ନାଗରିକ ସୁବିଧା ଯୋଗାଇଦେବା ସହ ୱାର୍ଡର ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଏହି ଗସ୍ତରେ ଗୁରୁତ୍ୱ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା