
ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.)। ଧନତେରସ୍ ପରେ ନରକ ଚତୁର୍ଦ୍ଦଶୀ ଅବସରରେ ଶନିବାର ଘରୋଇ ସରାଫା ବଜାରରେ ପ୍ରାରମ୍ଭିକ କାରବାରରୁ ସୁନା ଓ ରୁପା ଦରରେ ହ୍ରାସ ଧାରା ଦେଖିବାକୁ ମିଳିଛି। ଦର ହ୍ରାସ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ସୁନା ପ୍ରତି ୧୦ ଗ୍ରାମ ପିଛା ୨,୩୭୦ ଟଙ୍କାରୁ ୨,୫୮୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ରୁପା ଦରରେ ମଧ୍ୟ ଆଜି ପ୍ରାରମ୍ଭିକ କାରବାର ସମୟରେ କିଲୋଗ୍ରାମ ପିଛା ୫,୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ରେକର୍ଡ କରାଯାଇଛି।
ଦରରେ ପରିବର୍ତ୍ତନ ଯୋଗୁଁ ଦେଶର ବିଭିନ୍ନ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୩,୪୫୦ ଟଙ୍କାରୁ ୧,୪୩,୬୦୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୩୧,୪୯୦ ଟଙ୍କାରୁ ୧,୩୧,୬୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଅନ୍ୟପକ୍ଷରେ, ରୁପା ଦରରେ ମଧ୍ୟ ହ୍ରାସ ଘଟିବାରୁ ଦିଲ୍ଲୀ ସରାଫା ବଜାରରେ ଆଜି ଏହି ଚମକଦାର ଧାତୁ କିଲୋଗ୍ରାମ ପିଛା ୨,୦୪,୯୦୦ ଟଙ୍କାରେ ବିକ୍ରି ହେଉଛି।
ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୩,୬୦୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୩୧,୬୪୦ ଟଙ୍କା ରହିଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୩,୪୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୧,୪୯୦ ଟଙ୍କାରେ ବିକ୍ରି ହେଉଛି। ଏହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ପ୍ରତି ୧୦ ଗ୍ରାମ ୧,୪୩,୫୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୩୧,୫୪୦ ଟଙ୍କା ରେକର୍ଡ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା