ଗୁରୁଗ୍ରାମରେ ସଡ଼କ ଧୂଳି ପ୍ରଦୂଷଣ ଉପରେ କଠୋରତା ପ୍ରଦର୍ଶନ କଲା ସିଏକ୍ୟୁଏମ୍
ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ, ୦୭ ନଭେମ୍ବର(ହି.ସ.) – ଦିଲ୍ଲୀ-ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ମଧ୍ୟରେ, ବାୟୁ ଗୁଣବତା ପରିଚାଳନା ଆୟୋଗ(ସିଏକ୍ୟୁଏମ୍) ଗୁରୁଗ୍ରାମରେ ସଡ଼କ ଧୂଳି ପ୍ରଦୂଷଣ ଉପରେ କଡ଼ା ନଜର ରଖିଛି। ଧୂଳି ନିୟନ୍ତ୍
ଗୁରୁଗ୍ରାମରେ ସଡ଼କ ଧୂଳି ପ୍ରଦୂଷଣ ଉପରେ କଠୋରତା ପ୍ରଦର୍ଶନ କଲା ସିଏକ୍ୟୁଏମ୍


ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୭ ନଭେମ୍ବର(ହି.ସ.) – ଦିଲ୍ଲୀ-ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ମଧ୍ୟରେ, ବାୟୁ ଗୁଣବତା ପରିଚାଳନା ଆୟୋଗ(ସିଏକ୍ୟୁଏମ୍) ଗୁରୁଗ୍ରାମରେ ସଡ଼କ ଧୂଳି ପ୍ରଦୂଷଣ ଉପରେ କଡ଼ା ନଜର ରଖିଛି। ଧୂଳି ନିୟନ୍ତ୍ରଣ ପଦକ୍ଷେପରେ ଅବହେଳା ପାଇଁ ଅଧିକାରୀଙ୍କ ବିରୋଧରେ ସମ୍ପୃକ୍ତ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଅଭିଯୋଗ କରିବାକୁ ଆୟୋଗ ଗୁରୁଗ୍ରାମ ମ୍ୟୁନିସିପାଲ କର୍ପୋରେସନ୍ କମିଶନରଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ରାସ୍ତା ସଫା କରିବାରେ ଘୋର ଅବହେଳା ଏବଂ ଆୟୋଗଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ କର୍ପୋରେସନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ସୁନ୍ଦର ଶେଓରାନ ଏବଂ ଅନ୍ୟ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି। ଆୟୋଗଙ୍କ ଅନୁଯାୟୀ, ୨୬ ଡିସେମ୍ବର ୨୦୨୫ରେ, ୧୨୫ଟି ସଡ଼କ ବିଭାଗର ଯାଂଚରେ ୩୪ଟି ଉଚ୍ଚ ଧୂଳି ଏବଂ ୫୮ଟି ମଧ୍ୟମ ଧୂଳି ଦେଖିବାକୁ ମିଳିଥିଲା। କେବଳ ୪ଟି ବିଭାଗରେ ଧୂଳି ନଥିଲା। ୧୪ ଅକ୍ଟୋବର ୨୦୨୬ରେ, ୫୨ଟି ସଡ଼କ ବିଭାଗ(ପ୍ରାୟ ୧୦୪ କିଲୋମିଟର) ଯାଂଚରେ ମୋଟ ୨୫୮ଟି ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ୧୭୪ଟି ନିଗମରୁ ଏବଂ ୮୪ଟି ଜି.ଏମ୍.ଡି.ଏ.ରୁ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande