ମହାନ୍ ଅକ୍ଟୋବର ବିପ୍ଳବ ଏବଂ ବିଶ୍ଵ ସମାଜବାଦ ଦିବସ ପାଳିତ
ଜୟପୁର, ୭ ନଭେମ୍ବର (ହି.ସ.)- ଆଜି ନଭେମ୍ବର ସାତ ମହାନ୍ ଅକ୍ଟୋବର ବିପ୍ଳବ ଦିବସ ଏବଂ ବିଶ୍ୱ ସମାଜବାଦ ଦିବସ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ବୟୋଜ୍ୟେଷ୍ଠ କମ୍ୟୁନିଷ୍ଟ ନେତା ଯୁଧିଷ୍ଠିର ରାଉଳ ପତାକା
ମହାନ୍ ଅକ୍ଟୋବର ବିପ୍ଳବ ଏବଂ ବିଶ୍ୱ ସମାଜବାଦ ଦିବସ ପାଳିତ


ଜୟପୁର, ୭ ନଭେମ୍ବର (ହି.ସ.)- ଆଜି ନଭେମ୍ବର ସାତ ମହାନ୍ ଅକ୍ଟୋବର ବିପ୍ଳବ ଦିବସ ଏବଂ ବିଶ୍ୱ ସମାଜବାଦ ଦିବସ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ବୟୋଜ୍ୟେଷ୍ଠ କମ୍ୟୁନିଷ୍ଟ ନେତା ଯୁଧିଷ୍ଠିର ରାଉଳ ପତାକା ଉତ୍ତୋଳନ କରିଥିଲେ ଏବଂ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ଅକ୍ଟୋବର ବିପ୍ଳବ ଓ ସମାଜବାଦ ଦିବସ ସମ୍ବନ୍ଧରେ ସୂଚନା ଦେଇଥିଲେ । ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ସମ୍ବୋଧିତ କରି କହିଥିଲେ ଯେ, ୧୯୧୭ ମସିହା ନଭେମ୍ବର ସାତ ତାରିଖରେ ଐତିହାସିକ ଅକ୍ଟୋବର ବିପ୍ଳବ ବା ଋଷ ବିପ୍ଳବ ମାର୍କ୍ସବାଦୀ ତତ୍ତ୍ଵ ଆଧାରରେ ସଫଳ ହୋଇଥିଲା ଏବଂ ବିଶ୍ୱ ରେ ପ୍ରଥମ ସମାଜବାଦ ରାଷ୍ଟ୍ର ଭାବେ ସୋଭିଏତ ଋଷ୍ ପ୍ରତିଷ୍ଠା ଲାଭ କରିଥିଲା । ନଭେମ୍ବର ସାତ ର ଏହି ବିପ୍ଳବ ଋଷୀୟ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ମାସ ହୋଇଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ ଭାବେ ଗ୍ରହଣ କରାଯାଇଛି। ଏହି ବିପ୍ଳବ ପୃଥିବୀର ସମସ୍ତ ଦଳିତ ନିଷ୍ପେସିତ ସର୍ବହରା ଶ୍ରେଣୀ କୁ ନିଜ ହକ୍ ଅଧିକାର ପାଇଁ ଲଢ଼ିବାକୁ ପ୍ରେରଣା ଦେଇଥିଲା। ଆଜି ମଧ୍ୟ ସେହି ମାର୍କ୍ସବାଦ ଲେନିନବାଦୀ ଆଦର୍ଶକୁ ପାଥେୟ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାଧାରଣ ମଣିଷ ର ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟ ପରି ପାଞ୍ଚୋଟି ମୈ।ଳିକ ଆବଶ୍ୟକତା ପୁରଣ ପାଇଁ ଜନ ଆନ୍ଦୋଳନ କରିଆସୁଛି। କୋରାପୁଟ ଜିଲ୍ଲା ର ଜମି ଜଳ ଜଙ୍ଗଲ ର ଅଧିକାର କୁ ଆଦିବାସୀ ମାନଙ୍କ ହାତରୁ ଛଡେଇ ଆଦାନୀ ଅମ୍ବାନୀ ଡ଼ାଲମିଆଁ ହାତରେ ଟେକିଦେବା ପାଇଁ ମୋଦୀ ସରକାରର ଯୋଜନା ବିରୁଦ୍ଧରେ ଲଢେଇ କରୁଛି । ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ, ଜାତୀୟ ଐକ୍ୟ ଓ ସଂହତି ପାଇଁ ତଥା ଏ ପୁଞ୍ଜିବାଦୀ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଛି କମ୍ୟୁନିଷ୍ଟ ପାର୍ଟି। ଆଗାମୀ ଦିନରେ ପଥପ୍ରାନ୍ତ ପ୍ରଚାର ଅଭିଯାନ କରି ନଭେମ୍ବର ୨୬ ରେ ସମ୍ବିଧାନ ଦିବସ ପାଳିତ ହେବ ଏବଂ ଡିସେମ୍ବର ୨ ତାରିଖ ଦିନ କୋରାପୁଟ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଜେଲ୍ ଭରୋ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ପରିଷଦ ବୈଠକ ରେ ସ୍ଥିର ହୋଇଛି । ତତ୍ ସହିତ ପାର୍ଟି ସଭ୍ୟ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜିର ବୈଠକରେ ସର୍ବଶ୍ରୀ ଧ୍ରୁବ ଚରଣ ସାହୁ, ପ୍ରକାଶ ମେଲକା, ବଳିଭଦ୍ର ଭୋଇ, ନରେନ୍ଦ୍ର ସାହୁ, ନନ୍ଦ ହରିଜନ ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande