ସାଇକେଲ୍ ଚୋରକୁ କାବୁ କରି ପୁଲିସ୍ର ଜିମା ଦେଲେ ସ୍ଥାନୀୟ ଲୋକେ
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକରେ ସାଇକେଲ, ମୋଟରସାଇକେଲ୍ ଓ ସୁନାହାର ଛିନତାଇ ଭଳି ବହୁ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ୍ର ନୀରବତା ସାଧାରଣ ଲୋକଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଶେଷକରି ସକାଳେ ମର୍ଣିଂ ୱାକ୍ ଓ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ କଳା ପଲସରରେ ଆସୁଥିବା
CYCLE CHORA ARREST BY POLICE


ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକରେ ସାଇକେଲ, ମୋଟରସାଇକେଲ୍ ଓ ସୁନାହାର ଛିନତାଇ ଭଳି ବହୁ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ୍ର ନୀରବତା ସାଧାରଣ ଲୋକଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଶେଷକରି ସକାଳେ ମର୍ଣିଂ ୱାକ୍ ଓ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ କଳା ପଲସରରେ ଆସୁଥିବା ଅପରାଧୀଙ୍କ ଆତଙ୍କ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଲୋକନାଥ ମନ୍ଦିର ନିକଟରେ ଜଣେ ମହିଳାଙ୍କ ବେକରୁ ପଲସରରେ ଆସିଥିବା ଦୁଇଜଣ ଦୃବୁର୍ତ ସୁନାହାର ଛିଣ୍ଡାଇ ଫେରାର ହୋଇଯାଇଥିବାବେଳେ ଅପରାହ୍ନ ପ୍ରାୟ ୧୨ଟା ସମୟରେ ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିର ପାଖ ଆହାର କେନ୍ଦ୍ର ନିକଟରୁ ଜଣେ ଛାତ୍ରୀଙ୍କର ସାଇକେଲ୍ ଚୋରି କରି ନେଉଥିବା ରାଜେଶ ପଣ୍ଡା ନାମକ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ର ଜିମା ଦେଇଛନ୍ତି। ଛାତ୍ରୀ ଜଣକ ନିଜ ସହପାଠୀଙ୍କ ସହ ଆହାର କେନ୍ଦ୍ରରେ ଭୋଜନ କରି ଫେରୁଥିବାବେଳେ ବାହାରେ ରଖିଥିବା ତାଙ୍କ ସାଇକେଲ୍କୁ ରାଜେଶ ଚଢି ପଳାଉଥିବାର ଦେଖିଥିଲା। ଏହା ଦେଖି ସେ ପାଟିକରି ରାଜେଶ ପଛରେ ଦୌଡୁଥିବାବେଳେ ସ୍ଥାନୀୟ ଲୋକେ ଦେଖି ତାକୁ କାବୁ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରରେ ଧଳା ଜହର ରୂପୀ ବ୍ରାଉନସୁଗାରର କାରବାର ଏତେ ବଢିଗଲାଣି ଯେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସ୍କୁଲ ଓ କଲେଜ ଛାତ୍ରମାନେ ମଧ୍ୟ ଏହାର କବଳରେ ପଡି ସର୍ବସ୍ୱାନ୍ତ ହେଉଛନ୍ତି। ବହୁ ବେକାର ଯୁବକ ଏବେ ଏହି ଧଳା ଜହରର କାରବାର କରି ଅସାଧୁ ଉପାୟରେ ଉପାର୍ଜନ କରୁଥିବା ଅର୍ଥରେ ନିଜର ମାଦକ ଭୋକ ମେଂଟାଉଛନ୍ତି। ଏଣୁ ଏ ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande