ଦୀପାବଳି ପାଇଁ ମୁଖ୍ୟ ରାସ୍ତାରେ ମାଟି ଦୀପର ପସରା
ଜୟପୁର, ୭ ନଭେମ୍ବର (ହି.ସ.)- ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଆଲୋକିତ କରିବା ପାଇଁ ଲାଗିପଡିଛନ୍ତି ଶ୍ରଦ୍ଧାଳୁ । ଆଧୁନିକ ଛାପ ସତ୍ବେ ବି ମାଟି ଦୀପର ଚାହିଦା ରହିଛି । ଆଧୁନିକତାର ଛାପରେ ସମାଜରୁ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରି ଯିବାକୁ ବସିଲାଣି । ଏହି ଅପସର
ଆଜି ଦୀପାବଳି, ମୁଖ୍ୟ ରାସ୍ତାରେ ମାଟି ଦୀପର ପସରା


ଜୟପୁର, ୭ ନଭେମ୍ବର (ହି.ସ.)- ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଆଲୋକିତ କରିବା ପାଇଁ ଲାଗିପଡିଛନ୍ତି ଶ୍ରଦ୍ଧାଳୁ । ଆଧୁନିକ ଛାପ ସତ୍ବେ ବି ମାଟି ଦୀପର ଚାହିଦା ରହିଛି । ଆଧୁନିକତାର ଛାପରେ ସମାଜରୁ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରି ଯିବାକୁ ବସିଲାଣି । ଏହି ଅପସରି ହେବାକୁ ଯାଉଥିବା ରୀତି ନୀତି ସମୟ କ୍ରମେ ସମାଜର କେତେକ ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିକୁ ବି ବିଗାଡ଼ିବାରେ ଲାଗିଛି । କିନ୍ତୁ, ସ୍ଥାନୀୟ ବାସିନ୍ଦା ଆଧୁନିକତାରେ ବଶବର୍ତୀ ହୋଇ ମଧ୍ୟ ମାଟି ଦୀପ ପ୍ରତି ଆଗ୍ରହ ଥିବା ଦେଖିବାକୁ ମିଳୁଛି । ଏହି ପରମ୍ପରା ତଥା ପର୍ବ ପର୍ବାଣୀରେ ଦୀପାବଳି କୁମ୍ଭାର ମାନଙ୍କ ପାଇଁ ଏବଂ ମାଟି ତିଆରି ସାମଗ୍ରୀ ନେଇ ବେଶ୍ ଗୁରୁତ୍ୱ ରଖି ଆସିଛି । ଦୀପାବଳିରେ ସାଧାରଣତଃ ହିନ୍ଦୁ ପରିବାର ଗୁଡ଼ିକ ମାଟିରେ ତିଆରି ଦୀପରେ ଘରକୁ ଆଲୋକମୟ କରାଇ ପିତୃ ପୁରୁଷଙ୍କୁ ମନେ ପକାଇବା ପରମ୍ପରା ରହି ଆସିଛି । ମାଟିରେ ନିର୍ମିତ ଦୀପକୁ ଆଉ ଦୀପାବଳିରେ ବି ଅଧିକାଂଶ ପରିବାର ଖୋଜିବା ଭୁଲିଲେଣି । ଯଦିବା ଖୋଜନ୍ତି ତେବେ ତାହାର ମାତ୍ରା ବେଶ୍ କମିବାରେ ଲାଗିଛି । ମାଟି ଦୀପ ବଦଳରେ ଆଜି ବିଜୁଳି ଆଲୁଅକୁ ଲୋକେ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉଛି । ଦୀପ ସ୍ଥାନରେ ଅଧିକାଂଶ ଘରେ ବିଜୁଳି ଶକ୍ତିରେ ଚାଲୁଥିବା ଲିଚୁ ଲାଇଟ୍ ଲଗାଇବା ଫେସନ ପାଲଟିଲାଣି । ଫଳରେ ଦୀପାବଳିରେ ଦୀପ ଆଲୁଅ ବଦଳରେ ବିଜୁଳି ଆଲୁଆ ନତୁବା ମହମବତୀ ପ୍ରାଧାନ୍ୟ ବିସ୍ତାରିବା ଆରମ୍ଭ କରିଛି । ଦୀପାବଳିରେ ଆଧୁନିକ ମାଟି ଦୀପର ଚାହିଦା ଦେଖିବାକୁ ମିଳୁଥିବାରୁ ଏହାକୁ ବିକ୍ରି କରି ପରିବାର ପୋଷିବାକୁ ଅନାଇ ରହିଥିବା କୁମ୍ଭାର ପରିବାର ମଧ୍ୟ ନିଜ ହାତ ତିଆରି ମାଟି ଦୀପର ଚାହିଦା ପରିବର୍ତନ କଲେଣି । ନୂଆ ନୂଆ ଡିଜାଇନର ଦୀପ ଗଢି ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ନେଇ ସେମାନେ ଲାଗିପଡିଛନ୍ତି । ଅଦିନିଆ ମେଘ ପବନରେ ଲିଭିବା ଭୟ ନଥିବା ହେତୁ ଲୋକେ ଆଉ ମାଟି ଦୀପ ନ କରି ଘର ମାନଙ୍କରେ ଲିଚୁ ଲଗାଇ ଚାଲିଛନ୍ତି । ମାଟି ଦୀପ ବିକୁଥିବା କୁମ୍ଭାର ପରିବାର ମାନେ ଓଡ଼ିଶାସାରା ଏବେ ଚିନ୍ତାଗ୍ରସ୍ତ ସହ ମାସ ମାସ ଧରି ତିଆରି କରିଥିବା ଦୀପକୁ ନେଇ କ’ଣ କରିବେ ବୋଲି ମୁଣ୍ଡରେ ହାତ ଦେଇ ବସିଥିବା ସତ୍ତ୍ୱେ ପରମ୍ପରା ବଞ୍ଚାଇବା ନିମନ୍ତେ ଏବେ ମଧ୍ୟ କୁମ୍ଭାର ନିକଟରେ ଗ୍ରାହକଙ୍କ ମାଟି ଦୀପ ପ୍ରତି ଆଦର ଦେଖିବାକୁ ମିଳୁଛି ।ଏହି ରୀତିନୀତିକୁ ସହଯୋଗ କରୁଥିବା ଏବଂ ଏହାକୁ ଆଧାର କରି ଧରି ଚାଲିଥିବା କୌଳିକ ବୃତ୍ତିରେ ମଧ୍ୟ ପରିବର୍ତନ ଦେଖିବାକୁ ମିଳୁଛି । ଏଭଳି କିଛି ପରିବାର ମଧ୍ୟରେ ଆଜି ରାସ୍ତା କଡ଼ରେ ମାଟି ତିଆରି ସାମଗ୍ରୀ ଧରି ବସିଥିବା କୁମ୍ଭାର ମାନଙ୍କ ସ୍ଥିତିରୁ ସବୁ କିଛି ଅନୁମେୟ ହୋଇପାରିବ ବୋଲି ବିଶ୍ୱାସ ହେଉଛି । ସାଧାରଣତଃ କୁମ୍ଭାର ମାନେ ନିଜ କୌଳିକ ବୃତ୍ତି ଅନୁସାରେ ମାଟିର ସାମଗ୍ରୀ ତିଆରି ସହ ଏହାକୁ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ଆମର ସଭ୍ୟତା ଦୀର୍ଘ ବର୍ଷ ଧରି ମାଟି ପାତ୍ରରେ ଖାଇବା ପ୍ରସ୍ତୁତି କରିଥିବା ବେଳେ ଏବେ କିନ୍ତୁ ଷ୍ଟିଲ୍, ରସ, କଂସା ଏବଂ ପିତଳ ଧାତୁ ନିର୍ମିତ ପାତ୍ରର ପ୍ରଭାବରେ ମାଟି ପାତ୍ର ଅଖୋଜା ହେବାକୁ ଆରମ୍ଭ କରିଛି । ତଥାପି କେତେକ ଜାନି ଯାତ୍ରା ସମୟରେ ମାଟି ପାତ୍ର ଓଡ଼ିଆ କାହିଁକି ଭାରତୀୟ ପରମ୍ପରାରେ ବେଶ୍ ପ୍ରଭାବ ରଖିଚାଲିଛି । ଜୟପୁର ସହରରେ ବି କୁମ୍ଭାର ମାନଙ୍କ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଦଶହରା ପରେ ପରେ ସହରରେ ମାଟି ଦୀପର ପସରା ମେଲା ଯାଇଥାଏ । ଏହି ଦୀପ ବିକିବା ପାଇଁ ଜୟପୁର କୁମ୍ଭାରସାହିର କେତେକ ପରିବାର ସହ ପାପଡ଼ାହାଣ୍ଡି, ଫାମ୍ପୁଣୀ, ପଦ୍ମପୁର, ଗଡ଼ପଦର, କୁମ୍ଭାରପୁଟ ଭଳି ଗ୍ରାମରୁ ବେଶ୍ କେତେକ ପରିବାର ଆସି ମୁଖ୍ୟ ରାସ୍ତାରେ ବସିଛନ୍ତି । ଦୀପାବଳିକୁ ଆଖି ଆଗରେ ରଖି କୁମ୍ଭାର ମାନେ ଜୟପୁର ମୁଖ୍ୟ ରାସ୍ତାରେ ନିଜ ପସରା ମେଲାଇ ଗ୍ରାହକକୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande