ବୈଦ୍ୟ ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ପାଳିତ
ଜୟପୁର, ୭ ନଭେମ୍ବର (ହି.ସ.)- ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗୀତା ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ସଭାପତିତ୍ୱ କରିଥିଲେ । ଏହି ଅବସରରେ ପୂଜା ପାଠ, ହୋ
ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ


ଜୟପୁର, ୭ ନଭେମ୍ବର (ହି.ସ.)- ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗୀତା ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ସଭାପତିତ୍ୱ କରିଥିଲେ । ଏହି ଅବସରରେ ପୂଜା ପାଠ, ହୋମ ଯଜ୍ଞ ସହ ପରିଷଦ ପକ୍ଷରୁ ମାଗଣା ଆୟୁର୍ବେଦ ଔଷଧ ବିତରଣ ହୋଇଥିଲା । ପରିଷଦର ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ଉତ୍ସବକୁ ଉପସଭାପତି କ୍ଷେତ୍ରବାସୀ ପଣ୍ଡା ପରିଚାଳନା କରିଥିଲେ। ଆଇନ ଉପଦେଷ୍ଟା ରାଜେନ୍ଦ୍ର କୁମାର ଗୌଡ଼, ଉପଦେଷ୍ଟା କବିରାଜ ଜବାହାର ଜେନା, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ମଦନ ମୋହନ ନାୟକ, ଡାକ୍ତର ମନୋଜ ବିଶ୍ଵାଳ, ନବୀନ ମାଦଳା, ପ୍ରଦୀପ ନାୟକ, ଲିଙ୍ଗରାଜ ସାହୁ, ନାରାୟଣ ଗୈାଡ଼, ସୂର୍ଯ୍ୟ ନାରାୟଣ ମିଶ୍ର, ଶ୍ରୀରାମ ଗୌଡ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସହ ସଂପାଦକ ସତ୍ୟ ନାରାୟଣ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande