ଗୟଳମୁଣ୍ଡା ଜୁଆଙ୍ଗ ସାହିରେ ଶିକ୍ଷା ସାମଗ୍ରୀ ବଣ୍ଟନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା ଶିବିରରେ ଶିଶୁ ଓ ଅଭିଭାବକଙ୍କୁ ପରାମର୍ଶ
ଘଟଗାଁ , ୭ ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୟଳମୁଣ୍ଡା ଜୁଆଙ୍ଗ ସାହିରେ ଶିଶୁମାନଙ୍କ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗ୍ରାମର କୋ
ଗୟଳମୁଣ୍ଡା ଜୁଆଙ୍ଗ ସାହିରେ ଶିକ୍ଷା ସାମଗ୍ରୀ ବଣ୍ଟନ  ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା ଶିବିରରେ ଶିଶୁ ଓ ଅଭିଭାବକଙ୍କୁ


ଘଟଗାଁ , ୭ ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୟଳମୁଣ୍ଡା ଜୁଆଙ୍ଗ ସାହିରେ ଶିଶୁମାନଙ୍କ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗ୍ରାମର କୋମଳମତି ଶିଶୁମାନଙ୍କୁ ଖାତା, କଲମ ସମେତ ବିଭିନ୍ନ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟ ଯିବା ସହ ମନ ଲଗାଇ ପାଠପଢ଼ିବାକୁ ଉତ୍ସାହିତ କରାଯାଇଥିଲା। ଏଥିସହ ସୁସ୍ଥ ଜୀବନଯାପନ ପାଇଁ ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିମଳର ଆବଶ୍ୟକତା ସମ୍ପର୍କରେ ଶିଶୁ ଓ ଅଭିଭାବକଙ୍କୁ ବୁଝାଯାଇଥିଲା। ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ଅପରିଷ୍କାର ପୋଖରୀ, ନାଳ ଓ କୂଅ ପାଣି ବ୍ୟବହାର ନକରିବା ସହ ଗୁଟଖା ଭଳି ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା।

ଶିଶୁମାନେ ଛୋଟବେଳୁ ସ୍ୱଚ୍ଛତା ଓ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବା ସହ ଶିକ୍ଷା ପ୍ରତି ଯତ୍ନବାନ ହେଲେ ସୁସ୍ଥ ଜୀବନ ଗଢ଼ିବା ସହ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।

ଏହି ଶିବିରରେ ‘ଭରସା ପରିବାର ଓଡ଼ିଶା’ ପକ୍ଷରୁ ଭରତ ଚନ୍ଦ୍ର ମହାନ୍ତ, ବାପୁନ୍ କୁମାର ମହାନ୍ତ, ମିଡିଆ ସେଲ୍ ପ୍ରତିନିଧି ଦଶରଥ ବାରିକ, ଭାରତୀ ଭୋଇ, ତପସ୍ୱିନୀ ରାଉତ ଓ ପିଙ୍କୁନ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ, ଗ୍ରାମର ମୁରବୀ ଓ ଅଭିଭାବକମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande