ଜିଲ୍ଲା ସ୍ତରୀୟ ସୁରଭି ଅନୁଷ୍ଠିତ
ଖୋର୍ଦ୍ଧା, ୦୭ ନଭେମ୍ବର (ହି.ସ.) - ପ୍ରତିଭାର ସଫଳ ପରିପ୍ରକାଶ କରିବାର ଉପଯୁକ୍ତ ଅବସର ହିଁ ସୁରଭି'।ଶିଶୁଙ୍କର ସେହି ସୁରଭି ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବଟି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସଭାପତିତ୍ୱରେ ଅନୁ
Suravi


ଖୋର୍ଦ୍ଧା, ୦୭ ନଭେମ୍ବର (ହି.ସ.) - ପ୍ରତିଭାର ସଫଳ ପରିପ୍ରକାଶ କରିବାର ଉପଯୁକ୍ତ ଅବସର ହିଁ ସୁରଭି'।ଶିଶୁଙ୍କର ସେହି ସୁରଭି ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବଟି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ ଋତୁରାଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରି ବାର୍ତା ଦେଇଥିଲେ ଯେ ବାହ୍ୟ ଜ୍ଞାନକୁ ପଛରେ ରଖି ନିଜସ୍ୱ ଜ୍ଞାନରେ ବର୍ତମାନ ନୂଆ ଜେନେରସନ ଆଗକୁ ବଢ଼ିବା ଦରକାର।ବାସ୍ତବ ଚିନ୍ତନ ଶକ୍ତି ଓ ସୃଜନଶୀଳ ଶକ୍ତିର ହ୍ରାସ ଉପରେ ଆଲୋକପାତ କରାଇଥିଲେ। ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ଶିକ୍ଷାର୍ଥୀମାନଙ୍କ ସ୍ୱ-ଶିକ୍ଷଣରେ ଶିକ୍ଷା କରିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆଦର୍ଶକୁ ଅନୁକରଣ କରି ଶିକ୍ଷା କରିବା ଉପରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ।ସମ୍ମାନୀତ ଅତିଥି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ଡ଼. ତାପସ କୁମାର ନାୟକ ନିଜର ଓଜସ୍ୱିନୀ ଭାଷଣରେ ମାତୃଭାଷା ଉପରେ ଦକ୍ଷତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିରେ ସହାୟକ ବୋଲି କହିଥିଲେ।ସୁନାମଧନ୍ୟ ଅଭିନେତା ଉଦିତ ଗୁରୁ ଓ କଣ୍ଠଶିଳ୍ପୀ ଅନୁରାଗ ଦାସ ନିଜର କଳା ପ୍ରଦର୍ଶନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ତତ୍ପରେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଜ୍ଞାପରମିତା ଜେନା, ରଶ୍ମୀବାଳା ପରିଡ଼ା ଓ ବିଜୟ ବେହେରା ଶିକ୍ଷାର୍ଥୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ପ୍ରଦର୍ଶନ ଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଚତୁର୍ଥ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରେ ବକ୍ତୃତା,ରଚନା,କୁଇଜ଼,ଚିତ୍ରାଙ୍କନ,ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର,ପୋଷଣ କଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କୃତି ଛାତ୍ରଛାତ୍ରୀମାନଙ୍କୁ ସାଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ଭାଗନେବାପାଇଁ ମନୋନୀତ ହୋଇଥିଲେ।ଶିଶୁସଭାର ଦ୍ୱିତୀୟାର୍ଦ୍ଧରେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କର ଯୋଡିଙ୍କ ଅଭିନୟ ଓ କମେଡି ପିଲାମାନଙ୍କ ଭିତରେ ଖୁସି ବାଂଟି ଦେଇଥିବା ସ୍ଥଳେ କୁନି କୁନି ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶାର ବିରତ୍ୱ ଗାଥା ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ମୃଗର କସ୍ତୁରୀ ସହିତ ସୁରଭିକୁ ତୁଳନାକରି ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଅନ୍ୱେଷଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ନିଜର ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ। ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂହ ପିଲାମାନଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରବର୍ତାଇ ଥିଲେ।ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା ପିଲାମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜର ସ୍ୱପ୍ନକୁ ସାକାର କରିବା ସହିତ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବାର୍ତା ଦେଇଥିଲେ।ବରଣ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା ସୁରଭି ସହିତ ଆମର ଭାଷା ଓ ଆମ ଓଡ଼ିଶାର କମଳ ରୂପକ ପୁଷ୍ପମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ଭାବେ ବି ଜେ ବି ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପ୍ରିୟ ଦର୍ଶନୀ ପଣ୍ଡା ଯୋଗ ଦେଈ ଥିଲେ .ଉପସ୍ଥାପିକା ରେବତୀ ପଣ୍ଡା,ଗୀତାଞ୍ଜଳି ସାହୁ ଏବଂ ଶ୍ରୀକାନ୍ତ ନାୟକ ସଭାକାର୍ଯ୍ୟଟିକୁ ସୁଚାରୁରୂପେ ତୁଲାଇଥିବା ସ୍ଥଳେ କାର୍ଯ୍ୟକ୍ରମଟିର ସଫଳ ପରିଚାଳନା ପାଇଁ ଜିଲ୍ଲାର ସମସ୍ତ ବିଇଓ,ଖୋର୍ଦ୍ଧା ବ୍ଲକର ଏବିଓ ଓ ବିଆରସିସି,ଡିଇଓ ଅଫିସ ଷ୍ଟାଫ,ଡିପିସି ଅଫିସ ଷ୍ଟାଫ,ଏବଂ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ବ୍ଲକର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ,ଖୋର୍ଦ୍ଧା ବ୍ଲକର ସମସ୍ତ ସିଆରସିସି ଏବଂ ବିଭୁପ୍ରସାଦ ସେନାପତି, ଯୁଧିଷ୍ଠିର ସାହୁ, ରବିନାରାୟଣ ପଣ୍ଡା, ଅଗାଧୁ ସେଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଏସ.ସି ଓ ଏସ.ଟି କୋଡ଼ିନେଟର ସୁନିତା ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande