
ଗଂଜାମ, 07 ନଭେମ୍ବର (ହି.ସ.) ବ୍ରହ୍ମପୁର ଟାଉନ୍ ଥାନା କେସ୍ ନଂ 565/2026 ଭୋର ପ୍ରାୟ 4ଟାରେ ଗାନ୍ଧୀ ନଗର, ମାରୁତି ବିହାର ନିକଟରେ ଅଟୋ ଚାଳକ ଭଗବାନ ରଥଙ୍କ ଅଟୋକୁ 4 ଜଣ ଅଟକାଇ ଗାଳି କରି ଟଙ୍କା ମାଗି ଚାବି ଛଡାଇ ନେଇ ଲୁହା ରଡ୍ ଓ ଇଟାରେ ମାଡ ମାରିଥିଲେ। ଭାଇ ଚନ୍ଦନ ରଥ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି 15,000 ଟଙ୍କା ଛଡାଇ ନେଇଥିଲେ। ଦୁଇ ଅଟୋର କାଚ ଭାଙ୍ଗି ଦେଇଥିଲେ। ଦୁଇ ଭାଇ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। ଗାନ୍ଧୀନଗର ୭ମ ଲେନର ଶିବ ଶଙ୍କର ବିଷୋୟୀ (30)ଙ୍କୁ
ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ