ଯଉଁରା ଭଉଁରା ପଂଚାୟତରେ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ
ସୁବର୍ଣପୁର, ୦୭ ନଭେମ୍ବର(ହି.ସ.) – ଉଲୁଣ୍ଡା ବ୍ଲକଜ ଅନ୍ତର୍ଗତ ଯଉଁରା ଭଉଁରା ପଂଚାୟତରେ ଆଜି ଏକ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଂଚଳର ଲୋକମାନଙ୍କ ମଧ୍ୟରେ ସଂଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ପ
ଯଉଁରା ଭଉଁରା ପଞ୍ଚାୟତରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ


ସୁବର୍ଣପୁର, ୦୭ ନଭେମ୍ବର(ହି.ସ.) – ଉଲୁଣ୍ଡା ବ୍ଲକଜ ଅନ୍ତର୍ଗତ ଯଉଁରା ଭଉଁରା ପଂଚାୟତରେ ଆଜି ଏକ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଂଚଳର ଲୋକମାନଙ୍କ ମଧ୍ୟରେ ସଂଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଶିବିରରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ, ଇଣ୍ଡିଆନ୍ ପୋଷ୍ଟ ପେମେଂଟସ୍ ବ୍ୟାଙ୍କ ମେନେଜର, ସୋନପୁର ଶ୍ରୀ ସତ୍ୟବ୍ରତ ପ୍ରଧାନ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସାଇବର ସେଲ୍ର ସବ୍ଇନ୍ସପେକ୍ଟର ଶ୍ରୀ ରବୀନ୍ଦ୍ର ସାହୁ, ଯଉଁରା ଭଉଁରା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ୱୟମ ପୁରୋହିତ ମଧ୍ୟ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ମଙ୍ଗଳ ପଧାନ କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପରିଚାଳିତ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ସ୍ୱଳ୍ପ ସଂଚୟର ବିଭିନ୍ନ ଯୋଜନା ଏବଂ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଶ୍ରୀ ସତ୍ୟବ୍ରତ ପ୍ରଧାନ ଡାକଘରର ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଦେଇ ସୁରକ୍ଷିତ ଓ ବିଶ୍ୱସନୀୟ ସଂଚୟ ପ୍ରଣାଳୀ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରେରିତ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ସାଇବର ସେଲ୍ର ସବ୍ଇନ୍ସ୍େପକ୍ଟର ଶ୍ରୀ ରବୀନ୍ଦ୍ର ସାହୁ ସମାଜରେ ଘଟୁଥିବା ବିଭିନ୍ନ ସାଇବର ଅପରାଧ ସମ୍ପର୍କରେ ଆଲୋଚନା କରି, ଏଥିରୁ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରେଇଥିଲେ ଏବଂ ଏଭଳି ଅପରାଧର ଶିକାର ହେଲେ ଟୋଲ୍ ଫ୍ରି ନମ୍ବର ୧୯୩୦ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍.ଏଚ୍.ଜି.)ର ମହିଳା ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ଯଉଁରା ଭଉଁରା ପଂଚାୟତର ଶତାଧିକ ଜନସାଧାରଣ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ଆର୍ôଥକ ଅନ୍ତର୍ଭୁକ୍ତିକରଣ ପ୍ରୟାସକୁ ସୁଦୃଢ଼ କରିବା ସହ ଲୋକଙ୍କୁ ବିଭିନ୍ନ ଠକ ସଂଚୟ ସଂସ୍ଥା(ଚିଟ୍ଫଣ୍ଡ)ର ପ୍ରତାରଣାରୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମରେ ସଂଚୟ ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ଆର୍ôଥକ ସେବା ଓ ସଂଚୟ କାର୍ଯ୍ୟାଳୟ, ସୁବର୍ଣ୍ଣପୁରର କିରାଣୀ ଶ୍ରୀ ସଞ୍ଜୟ କୁମାର ବାରିକ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଜେଂଟ ଶ୍ରୀ ସଞ୍ଜୟ ତ୍ରିପାଠୀ ଏବଂ ସୁଶୀଲ ସାହୁ ଶିବିରରେ ସହଯୋଗ କରିଥିବାବେଳେ ଶିବିର ଶେଷରେ ବରିଷ୍ଠ ଏଜେଂଟ ଶ୍ରୀ ନବଘନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande