
କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଏରା ପୁଋଷୋତମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗରେ ସରକାର ନୂଆ ପ୍ରୟାସ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ବ୍ଲକରେ ନୂଆକରି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଘୋଷଣା' କରିବା ସହିତ ଏହାର ଭିତିପ୍ରସ୍ତର ସ୍ଥାପନ ଅନୁଷ୍ଟିତ ହୋଇଯାଇଛି। ଏହି ଭିତିପ୍ରସ୍ତର ସ୍ଥାପନ କାର୍ୟ୍ୟକର୍ମରେ ସଭାପତିତ୍ୱ କରିବା ସହିତ ପରିଚୟ ପ୍ରଦାନ କରିଥିଲେ ଜୟନ୍ତୀ ସେଠୀ। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ ଯୋଗଦାନ କରି ଥିଲେ। ତାଙ୍କ ସହିତ କେନ୍ଦ୍ରାପଡ଼ା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଦୀପକ ସାର, ପୁରୁଷୋତମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସେଠୀ ସ୍କୁଲ କମିଟିର ଅଧକ୍ଷ କମଳାକାନ୍ତ ରାଉତ, କୋରୁଆ କ୍ଳଷ୍ଟର ସିଆର୍ସିସି ପ୍ରଜ୍ଞା ପ୍ରଗଳ୍ପା ଚୟନୀ, ସୁରେନ୍ଦ୍ର କୁମାର ସାମଲ ଏହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ ରୁନୁବାଳା ସାହୁ, କନକଲତା ରାଉତ, ନିବେଦିତା ଓଝା, ଜଗଦିଶ ଚନ୍ଦ୍ର ଦାସ,ଗ୍ରାମ ଯୁବ ସମାଜ ସେବୀ ସରୋଜକାନ୍ତ ମହାନ୍ତି ସଭା ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି