ଦୀପାବଳିରେ ସରକାରୀ ନିୟମ ମାନିବା ସହ ପ୍ରଦୂଷଣ ରୋକିବାକୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ ନିବେଦନ
ସୁସ୍ଥ ପରିବେଶ, ସୁରକ୍ଷିତ ସମାଜ ଓ ଆନନ୍ଦମୟ ଦୀପାବଳି ପାଳନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଭୁବନେଶ୍ୱର/ କଟକ, 07 ନଭେମ୍ବର (ହି.ସ.): ପବିତ୍ର ଦୀପାବଳି ଅବସରରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସ
ଡଃ ସତ୍ୟଜିତ ନାୟକ


ସୁସ୍ଥ ପରିବେଶ, ସୁରକ୍ଷିତ ସମାଜ ଓ ଆନନ୍ଦମୟ ଦୀପାବଳି ପାଳନ ପାଇଁ ଜନସାଧାରଣଙ୍କୁ

ଆହ୍ୱାନ

ଭୁବନେଶ୍ୱର/ କଟକ, 07 ନଭେମ୍ବର (ହି.ସ.): ପବିତ୍ର ଦୀପାବଳି ଅବସରରେ କେନ୍ଦ୍ରାଞ୍ଚଳ ଆଇଜି

ଡଃ ସତ୍ୟଜିତ ନାୟକ, ଆଇପିଏସ୍

ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ

ନିର୍ଦ୍ଦେଶାବଳୀ ପାଳନ କରି ଦୀପାବଳି ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି

ଯେ, ଦୀପାବଳି ହେଉଛି

ଆଲୋକ, ଆନନ୍ଦ, ଶାନ୍ତି ଓ

ମାନବିକତାର ପର୍ବ। ଏହି ପବିତ୍ର ଅବସରରେ ଆମେ ପରିବେଶ ପ୍ରଦୂଷଣ ରୋକିବା, ଶବ୍ଦ ପ୍ରଦୂଷଣ

ନିୟନ୍ତ୍ରଣ କରିବା ଏବଂ ସମସ୍ତଙ୍କ ସୁରକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ। ବାଣ ଫୁଟାଇବା

ସମୟରେ ସରକାରୀ ନିୟମ ପାଳନ କରିବା ସହ ବୟସ୍କ ବ୍ୟକ୍ତି, ଶିଶୁ, ରୋଗୀ ଓ ପଶୁପକ୍ଷୀଙ୍କ ପ୍ରତି ଯତ୍ନବାନ ହେବା ଉଚିତ। ଆମର ଛୋଟ ଛୋଟ

ସଚେତନ ପଦକ୍ଷେପ ଏକ ସୁସ୍ଥ, ସୁନ୍ଦର ଓ

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ସହାୟକ ହେବ। ଆସନ୍ତୁ, ଦାୟିତ୍ୱବାନ ନାଗରିକ ଭାବେ ନିୟମ ମାନିବା, ପରିବେଶକୁ ସୁରକ୍ଷା

ଦେବା ଏବଂ ସମସ୍ତଙ୍କ ସହ ଖୁସି ବାଣ୍ଟି ଦୀପାବଳି ପାଳନ କରିବା। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆଲୋକ

ଭରିଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande