ମଝି ନଈରେ ଅଚଳ ହେଲା ମୋଟରଚାଳିତ ବୋଟ, ଦୀର୍ଘ ୩ଘଂଟା ଧରି ଫସିରହିଲେ ୨୦ଯାତ୍ରୀଙ୍କ ସହ ୧୦ଟି ୨ଚକିଆ ଯାନ
ଭଦ୍ରକ, ୭ ନଭେମ୍ବର (ହି.ସ.) - ମଝି ନଈରେ ଅଚଳ ହେଲା ମଟରଚାଳିତ ବୋଟ। ଦୀର୍ଘ ୩ଘଂଟା ଧରି ମଝି ନଈରେ ଫସିରହିଲେ ୨୦ଯାତ୍ରୀଙ୍କ ସହ ୧୦ ରୁ ଉର୍ଦ୍ଧ୨ଚକିଆ ଯାନ। ଭରାନଈ ଓ ହିଂସ୍ର କୁମ୍ଭୀର ଭୟରେ ଡାକ ଛାଡିଲେ ଯାତ୍ରୀ। ଅନ୍ୟ ଏକ ମଟର ବୋଟ ଦ୍ୱାରା ସୁରକ୍ଷିତ ଭାବେ ଯାତ୍ରୀ ଓ ଗାଡି ଉଦ୍ଧାର। ଏପରି ଘଟଣା ଶ
MAJHI NAI RE MOTOR CHALITA BOAT


ଭଦ୍ରକ, ୭ ନଭେମ୍ବର (ହି.ସ.) - ମଝି ନଈରେ ଅଚଳ ହେଲା ମଟରଚାଳିତ ବୋଟ। ଦୀର୍ଘ ୩ଘଂଟା ଧରି ମଝି ନଈରେ ଫସିରହିଲେ ୨୦ଯାତ୍ରୀଙ୍କ ସହ ୧୦ ରୁ ଉର୍ଦ୍ଧ୨ଚକିଆ ଯାନ। ଭରାନଈ ଓ ହିଂସ୍ର କୁମ୍ଭୀର ଭୟରେ ଡାକ ଛାଡିଲେ ଯାତ୍ରୀ। ଅନ୍ୟ ଏକ ମଟର ବୋଟ ଦ୍ୱାରା ସୁରକ୍ଷିତ ଭାବେ ଯାତ୍ରୀ ଓ ଗାଡି ଉଦ୍ଧାର। ଏପରି ଘଟଣା ଶନିବାର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ଆରଡି ପୀଠକୁ ଯାତାୟତ ପାଇଁ ଥିବା ସାଳନ୍ଦୀ ନଦୀର ତିନିତର ଘାଟରେ। ଶନିବାର ଅପରାହ୍ନ ୫ଟା ସମୟରେ ତିନିତର ଘାଟର ଚାନ୍ଦବାଲି ପାର୍ଶ୍ୱରୁ ୨୦ଜଣ ଯାତ୍ରୀଙ୍କ ସହ ୧୦ରୁ ଉର୍ଦ୍ଧ ଗାଡି ନେଇ ଆରଡି ଅଭିମୁଖେ ଆସୁଥିବା ବେଳେ ହଠାତ ମଝି ନଈରେ ମଟରଚାଳିତ ଡଙ୍ଗା ଅଚଳ ହୋଇପଡିବାରୁ ଡଙ୍ଗାରେ ଫସିରହିଥିଲେ ସମସ୍ତ ଯାତ୍ରୀଙ୍କ ସହ ଗାଡି, ଦୀର୍ଘ ୩ଘଂଟା ଧରି ଭରାନଈ ଓ ହିଂସ୍ର କୁମ୍ଭୀର ଭୟରେ ଯାତ୍ରୀମାନେ ଭୟଭିତ ହୋଇ ଡାକ ଛାଡିଥିଲେ। କିଛି ଘଂଟା ପରେ ଅନ୍ୟ ଏକ ମଟର ଚାଳିତ ବୋଟ ଓ କିଛି ସ୍ଥାନୀୟ ଲୋକ ଯାଇ ସୁରକ୍ଷିତ ଭାବେ ଯାତ୍ରୀଙ୍କ ସହ ଗାଡି ଗୁଡ଼ିକୁ ଉଦ୍ଧାର କରିଥିଲେ । ପ୍ରତିଦିନ ଏହି ଘାଟରେ ଲୋକମାନେ ବ୍ଲକ, ତହସିଲି କାର୍ଯ୍ୟାଳୟକୁ ଯିବା ସହ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ, ଆଖଣ୍ଡଳମଣି ପୀଠକୁ ଶହଶହ ଯାତ୍ରୀ ବିପଦସଙ୍କୁଳ ଭାବେ ନଦୀ ପାର ହୋଇ ଆସୁଥିବା ଏହି ଦୃଶ୍ୟ ଏହି ଭିଡିଓରେ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି। ଚାନ୍ଦବାଲି ଓ ଆରଡିକୁ ସଂଯୋଗ କରୁଥିବା ତିନିତର ନଦୀରେ ପୋଲ ନିର୍ମାଣ କାମ ଅଧାରେ ପଡ଼ିରହିଥିବାରୁ, ହଜାର ହଜାର ସାଧାରଣ ଲୋକ ଓ ଯାତ୍ରୀମାନେ ପ୍ରତିଦିନ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପୋଲ କାମ ସମ୍ପୂର୍ଣ୍ଣ ହେଉନଥିବାରୁ ବାଧ୍ୟ ହୋଇ ଲୋକମାନେ ଏଭଳି ବିପଦପୂର୍ଣ୍ଣ ଭାବରେ ଡଙ୍ଗାରେ ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ଗାଡି ନେଇ ନଦୀ ପାର ହେଉଛନ୍ତି, ଯାହାକି ଯେକୌଣସି ମୁହୂର୍ତରେ ଏକ ବଡ଼ଧରଣର ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପୋଲ ନିର୍ମାଣ କାମ ସମ୍ପୂର୍ଣ୍ଣ କରନ୍ତୁ, ଯାହାଦ୍ୱାରା ଏହି ଅଂଚଳର ଜନସାଧାରଣ ଏହି ମୃତ୍ୟୁଯାତ୍ରାରୁ ମୁକ୍ତି ପାଇପାରିବେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande