ଗୌଡଗୁଡ଼ା ମଣ୍ଡଳ ପକ୍ଷରୁ ବାଟପାଲ୍ଲୀ ଠାରେ ବିଜେପିର ମାସିକ ବୈଠକରେ ମିଶ୍ରଣ ପର୍ବ
ମାଲକାନଗିରି, ୭ ନଭେମ୍ବର (ହି.ସ.)- ଆଜି ମାଲକାନଗିରି ବ୍ଲକ ଗୌଡଗୁଡ଼ା ମଣ୍ଡଳ ପକ୍ଷରୁ ବାଟପାଲ୍ଲୀ ଠାରେ ବିଜେପିର ମାସିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ଦଳୀୟ ସଂଗଠନକୁ
ଗୌଡଗୁଡ଼ା ମଣ୍ଡଳ ପକ୍ଷରୁ ବାଟପାଲ୍ଲୀ ଠାରେ ବିଜେପିର ମାସିକ ବୈଠକରେ ମିଶ୍ରଣ ପର୍ବ ଅନୁଷ୍ଠିତ


ମାଲକାନଗିରି, ୭ ନଭେମ୍ବର (ହି.ସ.)- ଆଜି ମାଲକାନଗିରି ବ୍ଲକ ଗୌଡଗୁଡ଼ା ମଣ୍ଡଳ ପକ୍ଷରୁ ବାଟପାଲ୍ଲୀ ଠାରେ ବିଜେପିର ମାସିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ ଉପରେ ଆଲୋକପାତ କରାଯାଇଥିଲା। ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଆଗାମୀ ନିର୍ବାଚନରେ କିଭଳି ଭୋଟରଙ୍କ ଆସ୍ଥାଭାଜନ ହୋଇ ସରକାରଙ୍କ କାର୍ଯ୍ୟଗୁଡିକୁ ସମ୍ପାଦନ କରିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବିଧାୟକ ଶ୍ରୀ ମାଡକାମୀ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି। ସମସ୍ତ କର୍ମୀ ଏକଜୁଟ ହୋଇ ଦଳକୁ ଆହୁରି ମଜବୁତ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ଗୌଡଗୁଡ଼ା ମଣ୍ଡଳ ସଭାପତି ଜୟଦେବ ମଣ୍ଡଳ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ଜିଲ୍ଲା ସମ୍ପାଦକ ନିହାର ରାୟ, ସାଂସଦ ପ୍ରତିନିଧି ଉଙ୍ଗା ପଡ଼ିଆମି, ବ୍ଲକ୍ ଭାଇସ ଚେୟାରମ୍ୟାନ ନିରଞ୍ଜନ ହଲଦାର ସମେତ ପଦାଧିକାରୀ ଏବଂ ବହୁ ବୁଥ୍ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ । ଆଜି ବିଜେଡି ଓ କଂଗ୍ରେସରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କର୍ମୀ ଭାଜପା ଦଳରେ ସାମିଲ ହୋଇଥିବା ବେଳେ ବିଧାୟକ ଶ୍ରୀ ମାଡକାମୀ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande