
ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ପଞ୍ଚମ ମାସିକ ବୈଠକ ଡୁମେରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ମାସିକ ବୈଠକରେ ଷୋହଳଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଘ୍ନନାଶକ ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶ୍ରୀ ଦାଶ ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହିତ ବୈଠକର ଆଭିମୁଖ୍ୟ କହିଥିଲେ ସିଆରଜି କୃଷ୍ଣଚନ୍ଦ୍ର ପଣ୍ଡା ମୋଡୁଲରେ ଥିବା ବିଷୟବସ୍ତୁକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଶିକ୍ଷା ଦାନ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୂର୍ବ ବୈଠକର ଆଲୋଚନା, ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ଶିକ୍ଷାଦାନ, ଗେଲେରୀ ପରିଭ୍ରମଣ, ବିଦ୍ୟାଳୟ ପରିଦର୍ଶନ, ନ୍ୟସ୍ତ କାର୍ଯ୍ୟ ଶୈକ୍ଷିକ ସମ୍ବଳ, ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା । ତା' ପରେ ଚଳିତ ମାସର ତାଲିମ ଉପରେ ଯେପରିକି ମୌଳିକ ସାକ୍ଷରତା, ପଠନ, ସଂଖ୍ୟାଜ୍ଞାନ, ଗେଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟ, ଶିକ୍ଷଣ ସୋପାନ, ଆଧାର, ମୁକ୍ତ ବିଦ୍ୟାଳୟରେ ନାମ ଲେଖା, ପ୍ରଶସ୍ତ, ଉଲ୍ଲାସ, ଆପାର ଉପରେ ଆଲୋଚନା କରିଥିଲେ । ଶିକ୍ଷକ ସୁନୀଲ ସେଠ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ ।
ଏହି ବୈଠକରେ ଶିକ୍ଷକ ଅମରକାନ୍ତ ବେହେରା, ଚୁଡାମଣି ବେହେରା, ସୁରେଶ ବେହେରା, ମୃତ୍ୟୁଞ୍ଜୟ ପ୍ରଧାନ, ବିବେକ ରାଏ, ସୁଶାନ୍ତ ମାଝୀ, ଅବିନାଶ ମହାଲିଙ୍ଗ, ସତ୍ୟ ନାରାୟଣ ଧରୁଆ, ସୌରଭ ବେହେରା, ଭୁରଷି ରଣା, ଭି. କ୍ରୀଷ୍ଣା କୁମାରୀ, ନଳିନୀ ସାହୁ, ମମତା ଯୋଷୀ, ଯଶୋବନ୍ତୀ ମାଝୀ, ପୁଷ୍ପାଞ୍ଜଳି ମହାପାତ୍ର, ରେଣୁକା ମହାନନ୍ଦ, ସସ୍ମିତା ସେଠ, ସୁମିତ୍ରା ସାହୁ, ସୁରେଶ୍ୱରୀ ବାରିକ, ଦିପ୍ତିବାଳା ବେହେରା, ପ୍ରଭାତୀ ଭୁଏ, ଡଗର କିଶୋର ବନଗୋଲା, ମାୟାଧର ଭରାସଗ୍ରିଆ, ଶାନ୍ତନୁ କୁମାର ବେଉରା ଯୋଗଦାନ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ