ନକଲି ଜାମିନଦାର ରାକେଟ୍ ଠାବ: 3 ପେଶାଦାର ଜାମିନଦାର ଗିରଫ
ଗଂଜାମ, 07 ନଭେମ୍ବର (ହି.ସ.) ବ୍ରହ୍ମପୁର ଜିଲ୍ଲା କୋର୍ଟରେ ଜମି ପଟ୍ଟା (ଆରଓଆର)କୁ ଜାମିନ ଜାମିନି ଭାବେ ବାରମ୍ବାର ବ୍ୟବହାର କରି ଠକେଇ ଓ ଜାଲିଆତି କରୁଥିବା ସଂଗଠିତ ରାକେଟ୍ ଧରାପଡିଛନ୍ତି। ବ୍ରହ୍ମପୁର ପୋଲିସ ଜିଲ୍ଲା ଆଇନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମଲ୍ଲିକଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍
Wetyuuu


ଗଂଜାମ, 07 ନଭେମ୍ବର (ହି.ସ.) ବ୍ରହ୍ମପୁର ଜିଲ୍ଲା କୋର୍ଟରେ ଜମି ପଟ୍ଟା (ଆରଓଆର)କୁ ଜାମିନ ଜାମିନି ଭାବେ ବାରମ୍ବାର ବ୍ୟବହାର କରି ଠକେଇ ଓ ଜାଲିଆତି କରୁଥିବା ସଂଗଠିତ ରାକେଟ୍ ଧରାପଡିଛନ୍ତି। ବ୍ରହ୍ମପୁର ପୋଲିସ ଜିଲ୍ଲା ଆଇନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମଲ୍ଲିକଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍ ରୁଜୁ ହୋଇଛି। ଅଭିଯୁକ୍ତ ମାନେ ଅଭିଯୁକ୍ତଙ୍କ ସହ କୌଣସି ପାରିବାରିକ ସମ୍ପର୍କ ନ ଥାଇ ଗୋଟିଏ ଜମି ପଟ୍ଟାକୁ ବିଭିନ୍ନ କେସରେ ବାରମ୍ବାର ଜାମିନି ଭାବେ ବ୍ୟବହାର କରୁଥିଲେ ନକଲି ଆରଓଆର ବ୍ୟବହାର କରି କୋର୍ଟକୁ ଠକି ଅଭିଯୁକ୍ତଙ୍କୁ ଜେଲରୁ ଛଡାଉଥିବା ସନ୍ଦେହହୋଇଛି।

ଗିରଫ ଅଭିଯୁକ୍ତ ତିନିଜଣ ହେଲେ ଭେଙ୍କଟ ପ୍ରସାଦ ପଟ୍ଟନାୟକ (60), ମ୍ୟୁନିସିପାଲିଟି କଲୋନୀ, ଲାଞ୍ଜିପଲ୍ଲୀ, ବାବୁଲା ନାୟକ (66), କେଶବ ନଗର, ଲାଞ୍ଜିପଲ୍ଲୀ, ବୁଲୁ ରାଉତ (56), ଶ୍ରୀରାମ ନଗର, ରଥ ସାହି । ତିନି ଜଣଙ୍କଠାରୁ 3ଟି କିପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି ।ଏହାର ଯାଞ୍ଚ ଚାଲିଛି।

ତିନି ଜଣଙ୍କ ନାଁରେ ବୈଦ୍ୟନାଥପୁର ପିଏସ କେସ୍ ନଂ 601/2024 ଠକେଇ ଓ ଜାଲିଆତି କେସ୍ ଅଛି। ଭେଙ୍କଟ ପ୍ରସାଦଙ୍କ ନାଁରେ ଗୋସାଇଁ ନୁଆଗାଁ ପିଏସ କେସ୍ ନଂ 31/2016 (420/467/468/471 ଆଇପିସି) ମଧ୍ୟ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande