
ଗଞ୍ଜାମ, ୭ ନଭେମ୍ବର (ହି.ସ.)- ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ଆସିକା କୋଟିନଡା କଲେଜ ଛକ ଅସ୍ଥାୟୀ ହେଲିପ୍ଯାଡରେ ଓହ୍ଲାଇ ଆସିକା ସହରର କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାସହ ବିପନ୍ନଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି ଓ ଦୁର୍ଗତ ଲୋକ ମାନଙ୍କୁ ଯେପରି ସମସ୍ତ ସହାୟତା ମିଳିବ ସେଥିପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି। ଆସିକା ଅଞ୍ଚଳରେ କିପରି ସହାୟତା ଚାଲିଛି ସେ ସରକାରୀ ଅଧିକାରୀ ମାନଙ୍କୁ ପଚାରି ଵୁଝିଛନ୍ତି। ଏହାପରେ ସେ ସୋରଡା ବ୍ଳକର ମା' କନ୍ଧୁଣୀ ଦେବୀ ବି ତତାବାଲି ଅସ୍ଥାୟୀ ହେଲିପ୍ଯାଡରେ ଓହ୍ଲାଇ ସୋରଡ଼ା ବାଲିଗୋଛା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଅପରାହ୍ନରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଫେରି ଯାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ