ଗଞ୍ଜାମ ଗସ୍ତରେ ନବୀନ ପଟ୍ଟନାୟକ
ଗଂଜାମ, 07 ନଭେମ୍ବର (ହି.ସ.) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସକାଳେ ହେଲିକପ୍ଟରରେ ଆସି ଶେରଗଡ଼ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ଅବତରଣ କରି ଶେରଗଡ଼ ଟାଉନ ବଜାର ସମେତ କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କ
ଗଞ୍ଜାମ ଗସ୍ତରେ ନବୀନ ପଟ୍ଟନାୟକ


ଗଂଜାମ, 07 ନଭେମ୍ବର (ହି.ସ.) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସକାଳେ ହେଲିକପ୍ଟରରେ ଆସି ଶେରଗଡ଼ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ଅବତରଣ କରି ଶେରଗଡ଼ ଟାଉନ ବଜାର ସମେତ କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିଥିଲେ। ଏହି ସମୟରେ ହଜାର ହଜାର ଲୋକ ସମବେତ ହୋଇ ନବୀନଙ୍କୁ ସ୍ୱାଗତ କରି ବର୍ଷା ଓ ବାତ୍ୟା କାଳୀନ ଦୁଃଖ ଜଣାଇଥିଲେ। ନବୀନ ବାବୁ ଲୋକଙ୍କ ଦୁଃଖକୁ ସମବେଦନାର ସହ ଗ୍ରହଣ କରିଥିଲେ। ଏହାପରେ ସେ ରିଲିଫ ଓ ଥଇଥାନ ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମଧ୍ଧାହ୍ନରେ ସେ ଶେରଗଡରୁ ହେଲିପେକ୍ଟର ଦ୍ୱାରା ହିଞ୍ଜିଳିକାଟୁ ଆସି ବୁରୁପଡା ପଞ୍ଚାୟତର ନୂଆଁ ବୁରୁପଡା ଅଞ୍ଚଳର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବା ସହ ଚାଷଜମି କ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିଥିଲେ । ଏହାପରେ ନବୀନ ଆସିକା ଗସ୍ତରେ ଯାଇଛନ୍ତି। ନଵୀନଙ୍କ ସହ ଵହୁ ବିଜେଡି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ମଧ୍ୟ ଗସ୍ତ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande