ନିମାପଡ଼ା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଦ୍ଵାରା ପୋଷ୍ଟର ପ୍ରଦର୍ଶନୀ
ପୁରୀ, ୭ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଆନ୍ତରୀଣ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଆନୁକୂଲ୍ୟରେ ବିଜ୍ଞାନ ଶ୍ରେଣୀର ସମସ୍ତ ବିଭାଗ ମାନଙ୍କ ଦ୍ଵାରା ଏକ ପୋଷ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ବିଶିଷ୍ଟ ବୈଜ୍ଞାନିକ ମ୍ୟାଡ଼ାମ କ୍ୟୁରୀ ଓ ସି. ଭି. ରମଣଙ୍କ ଜନ୍ମଦିନ
ନିମାପଡ଼ା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଦ୍ୱାରା ପୋଷ୍ଟର ପ୍ରଦର୍ଶନୀ


ପୁରୀ, ୭ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଆନ୍ତରୀଣ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଆନୁକୂଲ୍ୟରେ ବିଜ୍ଞାନ ଶ୍ରେଣୀର ସମସ୍ତ ବିଭାଗ ମାନଙ୍କ ଦ୍ଵାରା ଏକ ପୋଷ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ବିଶିଷ୍ଟ ବୈଜ୍ଞାନିକ ମ୍ୟାଡ଼ାମ କ୍ୟୁରୀ ଓ ସି. ଭି. ରମଣଙ୍କ ଜନ୍ମଦିନ ଅବସରରେ ଆୟୋଜିତ ହୋଇଥିଲା। ପଦାର୍ଥବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଭୂତି ଭୂଷଣ ସାମନ୍ତସିଂହାରଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଭାଗ ଓ ଭୂତତ୍ତ୍ୱ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନେ ଉଚ୍ଚମାନର ପଚାଶରୁ ଉର୍ଦ୍ଧ୍ବ ପୋଷ୍ଟର ଜରିଆରେ ଶିକ୍ଷଣୀୟ ବିଶ୍ଳେଷଣ ପୂର୍ବକ ଅଭିଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ନାଥ ପାଢ଼ୀ, ରଶ୍ମୀ ରଞ୍ଜନ ପାଣି, ଡ. ଅକ୍ଷୟ କୁମାର କର, ପ୍ରଣିତା ଆଚାର୍ଯ୍ୟ, ଡ. ସାଗରିକା ବିଶ୍ୱାଳ, ଡ. ରମାକାନ୍ତ ମିଶ୍ର, ସୁରେଶ କୁମାର ବେହେରା, ମମତା ରାଣୀ ସ୍ୱାଇଁ, ଦୀପକ କୁମାର ବିଶ୍ୱାଳ ପ୍ରଭୁତି କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande