
ଭୁବନେଶ୍ୱର, ୭ ନଭେମ୍ବର (ହି.ସ.)- ଆଗାମୀ ୭ ଦିନ ମଧ୍ୟରୁ ପ୍ରଥମ, ଚତୁର୍ଥ ଓ ଷଷ୍ଠ ଦିନ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପ୍ରଥମ ଦିନ(୭ ତାରିଖ ସକାଳ ଠାରୁ ୮ ତାରିଖ ସକାଳ), ଚତୁର୍ଥ ଦିନ (୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ) ଏବଂ ଷଷ୍ଠ ଦିନ ଅର୍ଥାତ୍ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
ସେହିପରି ଦ୍ୱିତୀୟ, ତୃତୀୟ ଏବଂ ସପ୍ତମ ଦିନ ଅର୍ଥାତ୍ ୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ, ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ୧୩ ତାରିଖ ସକାଳ ଠାରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ