୧୪ତମ ଓଡ଼ିଶୀ ରାଗ ମହୋତ୍ସବ ଉଦଯାପିତ : ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ସମୃଦ୍ଧ ପରମ୍ପରାର ଉତ୍ସବ
ଭୁବନେଶ୍ୱର , ୦୭ ନଭେମ୍ବର (ହି.ସ.) - ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀଦ୍ୱାରା ଆୟୋଜିତ ଦୁଇଦିନବ୍ୟାପୀ ୧୪ତମ ଓଡ଼ିଶୀ ରାଗ ମହୋତ୍ସବ ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୬'' ଶନିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଂଚରେ ଉଦଯାପିତ ହୋଇଯାଇଛି। ଭାର
ghty


ଭୁବନେଶ୍ୱର , ୦୭ ନଭେମ୍ବର (ହି.ସ.) - ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀଦ୍ୱାରା ଆୟୋଜିତ ଦୁଇଦିନବ୍ୟାପୀ ୧୪ତମ ଓଡ଼ିଶୀ ରାଗ ମହୋତ୍ସବ ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୬' ଶନିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଂଚରେ ଉଦଯାପିତ ହୋଇଯାଇଛି। ଭାରତର ସମୃଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା, ବିଶେଷକରି ଓଡ଼ିଶୀ ରାଗ ଗାୟନ'ର ଐତିହ୍ୟକୁ ଏହି ଉତ୍ସବରେ ବେଶ୍ ଆକର୍ଷଣୀୟ ଭାବେ ପାଳନ କରାଯାଇଥିଲା।

ନଭେମ୍ବର ୬ ଓ ୭ ତାରିଖରେ ଅନୁଷ୍ଠିତ ଏହି ମହୋତ୍ସବ, ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପାରମ୍ପରିକ କଳାକୁ ଉତ୍ସାହିତ କରିବା, ସଂରକ୍ଷଣ କରିବା ଏବଂ ପ୍ରଚାର-ପ୍ରସାର କରିବା ଲକ୍ଷ୍ୟରେ ବିଶିଷ୍ଟ ଶାସ୍ତ୍ରୀୟ ଗାୟକ, ଉଦୀୟମାନ କଳାକାର, ସଙ୍ଗୀତ ଅନୁଷ୍ଠାନ ଏବଂ ସଙ୍ଗୀତପ୍ରେମୀମାନଙ୍କୁ ଏକ ମଂଚରେ ଏକତ୍ରିତ କରିଥିଲା।

ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଗାୟନ ସମାବେଶ' ସହିତ ଆରମ୍ଭ ହୋଇଥିଲା। ଏକାଡେମୀର ଏହି ପ୍ରୟାସ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ଗାୟକ ଓ ଅନୁଷ୍ଠାନଗୁଡ଼ିକୁ ନିଜର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିବା ଏବଂ ଓଡ଼ିଶୀ ରାଗ ଗାୟନର ସମୃଦ୍ଧ ପରମ୍ପରାକୁ ପାଳନ କରିବା ପାଇଁ ଏକ ମଂଚ ଯୋଗାଇ ଦେଇଥିଲା। ସକାଳ ଅଧିବେଶନରେ ଭୁବନେଶ୍ୱରର ସ୍ୱରାଭିଷେକ' (ଗୁରୁ ଶ୍ରୀମତୀ ହରପ୍ରିୟା ପତି), ଗୁରୁ ରାମହରି ଦାସ ଗୁରୁକୁଳ' (ଗୁରୁ ହିମାଂଶୁ ଶେଖର ସ୍ୱାଇଁ), ଓମ୍ ପ୍ରକାଶ ପଣ୍ଡା (ସ୍ୱତନ୍ତ୍ର ଓଡ଼ିଶୀ ଗାୟନ) ଏବଂ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ(ଶ୍ରୀମତୀ ସଙ୍ଗୀତା ପଣ୍ଡା)ଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

ସନ୍ଧ୍ୟାକାଳୀନ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ ସମାରୋହ ଏବଂ ଶାସ୍ତ୍ରୀୟ ତ୍ରିବେଣୀ ସଙ୍ଗୀତ ପରିବେଷଣ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ଶାସ୍ତ୍ରୀୟ କଣ୍ଠସଙ୍ଗୀତ ପରମ୍ପରାର ଏକ ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୋଇଥିଲା।

ଗୁରୁ ସିଂହାରୀ ସମ୍ମାନ ୨୦୨୬ ପଦ୍ମଶ୍ରୀ ଶ୍ରୀମତୀ ଇଲିଆନା ଚିତାରିଷ୍ଟିଙ୍କୁ ପ୍ରଦାନ କରାଯାଇଥିଲା। ସେ ଜଣେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସୁନାମଧନ୍ୟ ନୃତ୍ୟ ସଂଯୋଜିକା। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନକୁ ସ୍ୱୀକୃତି ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଭଗବତୀ ସ୍ମୃତି ସମ୍ମାନ ୨୦୨୬ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହପ୍ରଭା ସାମନ୍ତରାୟଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶୀ ନୃତ୍ୟର ସମୃଦ୍ଧ ପରମ୍ପରା ପ୍ରତି ତାଙ୍କର ମୂଲ୍ୟବାନ ଅବଦାନ ଓ ନିଷ୍ଠାପର ସମର୍ପଣକୁ ସ୍ୱୀକୃତି ଜଣାଇ ଏହି ସମ୍ମାନ ଅର୍ପଣ କରାଯାଇଥିଲା।ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ୨୦୨୬ ଜଣେ ସୁଦକ୍ଷ ଓଡ଼ିଶୀ କଣ୍ଠଶିଳ୍ପୀ ଡ. ହିମାଂଶୁ ଶେଖର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କର କଳାତ୍ମକ ଉତ୍କର୍ଷତା ଏବଂ ଓଡ଼ିଶୀ କଣ୍ଠସଙ୍ଗୀତର ସମୃଦ୍ଧି କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

କର୍ଣ୍ଣାଟକୀ ସଙ୍ଗୀତ ବିଭାଗରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭଉଣୀ ଅନାହିତା ଏବଂ ଅପୂର୍ବା ରବିଚନ୍ଦ୍ରନ ଅଂଶଗ୍ରହଣ କରିଥିଲେ। ସେମାନେ ନିଜର ସୁନ୍ଦର ସଙ୍ଗୀତ ସମନ୍ୱୟ ଏବଂ ରାଗ ରେବତୀ'ର ହୃଦୟସ୍ପର୍ଶୀ ଉପସ୍ଥାପନା ମାଧ୍ୟମରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ପ୍ରିୟାଂଶୁ ଘୋଷ ଏବଂ ଲଭଲି ଶର୍ମା ରାଗ ବୈରାଗୀ ଭୈରବ' ପରିବେଷଣ କରିଥିଲେ। ଏଥିରୁ ସେମାନଙ୍କର ସଙ୍ଗୀତ ପ୍ରଶିକ୍ଷଣ ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ପ୍ରତି ଥିବା ଗଭୀର ଜ୍ଞାନ ଓ ବୋଧଶକ୍ତିର ପରିଚୟ ମିଳିଥିଲା।

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ମା ଓ ଝିଅଙ୍କ ଯୋଡ଼ି ସଙ୍ଗୀତା ପଣ୍ଡା ଏବଂ ଶ୍ରୁତି ମିଶ୍ର 'ରାଗ ଖଣ୍ଡ ବଙ୍ଗାଳଶ୍ରୀ' ପରିବେଷଣ କରିଥିଲେ। ସେମାନଙ୍କର ଏହି ପରିବେଷଣ ଓଡ଼ିଶାର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ତଥା ପାରମ୍ପରିକ ସଙ୍ଗୀତ ଐତିହ୍ୟକୁ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତର କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ ଭାବେ ଫୁଟାଇ ତୋଳିଥିଲା।

ଓଡ଼ିଶାର ଗୌରବମୟ ଶାସ୍ତ୍ରୀୟ ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ଆଗକୁ ବଢ଼ାଇ ନେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବିଶିଷ୍ଟ କଳାକାର ଓ ସାଂସ୍କୃତିକ କର୍ମୀମାନଙ୍କ ଅବଦାନକୁ ସ୍ୱୀକୃତି ଦେବା କ୍ଷେତ୍ରରେ ଏହି ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଥିଲା। ଏହି ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା, କଳାତ୍ମକ ଉତ୍କର୍ଷକୁ ସମ୍ମାନ ଜଣାଇବା ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ପାଇଁ ଭବିଷ୍ୟତ ପିଢ଼ିକୁ ଅନୁପ୍ରାଣିତ କରିଥିଲା ।

ଉଦ୍ଯାରପନୀ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ନୃତତ୍ୱବିଦ୍ଡକ୍ଟର କିଶୋର କୁମାର ବାସା, ବିଶିଷ୍ଟ ସଂସ୍କୃତ ପଣ୍ଡିତପ୍ରଫେସର ଡକ୍ଟର. ପ୍ରଫୁଲ୍ଲ ମିଶ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀଡକ୍ଟର ଅରୁଣା ମହାନ୍ତି, ଡକ୍ଟର. ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗବେଷକ, ପଣ୍ଡିତ ଓ ଲେଖକଡକ୍ଟରକୀର୍ତନ ନାରାୟଣ ପାଢ଼ୀ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ, ଗବେଷକ, ସଂଗୀତକାର ଓ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପ୍ରସିଦ୍ଧ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ରୀମତୀ ସଙ୍ଗୀତା ପଣ୍ଡା ।କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୀଲା ମହାପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande