୩ ଦଫା ଦାବିନେଇ ପାଟକୁରା କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ
କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – ୩ ଦଫା ଦାବି ନେଇ ଆଜି ପାଟକୁରା ବିଧାନସଭା କ୍ଷେତ୍ର କଂଗ୍ରେସ ପକ୍ଷରୁ ଡେରାବିଶ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିଷ୍କାର, ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ଓ ଡେରାବିଶ ବ୍ଲକ୍ ରେ ହୋଇଥିବା କୋଟି କୋଟି ଟଙ୍କା
୩ ଦଫା ଦାବିନେଇ ପାଟକୁରା କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ


କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – ୩ ଦଫା ଦାବି ନେଇ ଆଜି ପାଟକୁରା ବିଧାନସଭା କ୍ଷେତ୍ର କଂଗ୍ରେସ ପକ୍ଷରୁ ଡେରାବିଶ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିଷ୍କାର, ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ଓ ଡେରାବିଶ ବ୍ଲକ୍ ରେ ହୋଇଥିବା କୋଟି କୋଟି ଟଙ୍କା ହରିଲୁଟ୍ ତଥା ବିଭିନ୍ନ ଦୁର୍ନୀତି ଏବଂ ଭୋଟ ଚୋରି ପ୍ରଭୃତି ପ୍ରସଙ୍ଗ ରେ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ପାଟକୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଡ଼ଃ ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଅୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଠାକୁରହାଟ ବଜାର ଠାରୁ କଂଗ୍ରେସ କର୍ମୀମାନଙ୍କ ବିରାଟ ଶୋଭାଯାତ୍ରା ବ୍ଲକ ପରିସରରେ ପହଁଚିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା କଂଗ୍ରେସ କୃଷକ ସେଲ ମୁଖ୍ୟ ଜୟଦେବ ପରିଡା, କଂଗ୍ରେସ ନେତା ସୁଖଦାନନ୍ଦ ପ୍ରଧାନ, ଆଇନଜିବୀ ବିଧୁଭୂଷଣ ମହାପାତ୍ର, କୃଷ୍ଣପ୍ରିୟା ବାରିକ, ଡେରାବିଶ ବ୍ଲକ କଂଗ୍ରେସ କମିଟି ସଭାନେତ୍ରୀ ରଶ୍ମିତା ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଉମେଶ ତ୍ରିପାଠୀ, ଚିତ ରଂଜନ ମିଶ୍ର, ଶକ୍ତିଧର ତ୍ରିପାଠୀ, ବିଶ୍ୱଜିତ୍ ଜେନା, ଗୋପବନ୍ଧୁ ଦାସ, ରାଜୀବ ଲୋଚନ ମିଶ୍ର, ଅଶୋକ ମୋହନ ଜେନା, ବିଧୂପ୍ରସାଦ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ। ବ୍ଲକ୍ ସମ୍ମୁଖରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତଳିକା ଦାହ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande